ଅନେକ ରୋଗର ଔଷଧ ତୁଳସୀ ପତ୍ର ପାଣି ! ଜାଣନ୍ତୁ କଣ ରହିଛି ଫାଇଦା

212

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ତୁଳସୀ ପତ୍ର ବରଦାନ ସଦୃଶ । ଆର୍ୟୁବେଦ ଚିକିତ୍ସାରେ ତୁଳସୀ ପତ୍ରକୁ ଏକ ଔଷଧ ଭଳି ବ୍ୟବହାର କରାଯାଏ । ବିଭିନ୍ନ ରୋଗକୁ ଭଲ କରିବା ପାଇଁ ତୁଳସୀ ପତ୍ର ମହୋଷଧି ଭଳି କାମ କରେ । ସାଧାରଣତଃ ତୁଳସୀ ପତ୍ରରେ ଆଣ୍ଟି ଅକ୍ସିଡେଣ୍ଟରହିଥାଏ ଯାହା ବିଭିନ୍ନ ରୋଗରୁ ଶରୀରକୁ ରକ୍ଷା କରିଥାଏ । ତେବେ ତୁଳସୀ ପତ୍ରର ପାଣି ପିଇବା ମଧ୍ୟ ଶରୀର ପକ୍ଷେ ବେଶ ହିତକାରକ ।

Tulsiଏକ ଗ୍ଲାସ ପାଣିରେ ତିନି ଚାରୋଟି ତୁଳସୀ ପତ୍ର ପକାଇ ଏହାକୁ ଗୋଟିଏ ରାତି କିମ୍ବା ୪ରୁ ୫ ଘଣ୍ଟା ରଖି ଦିଅନ୍ତୁ । ସକାଳୁ ତୁଳସୀ ପତ୍ର ଛାଣି ଏହି ପାଣି ପିଇବା ଦ୍ୱାରା ଥଣ୍ଟା, ସର୍ଦ୍ଦି ଭଳି ଭାଇରାଲ ରୋଗରୁ ଉପଶମ ମିଳିଥାଏ । ତାହାଛଡା ଏହି ପାଣିକୁ ଫୁଟାଇ ପିଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ତୁଳସୀ ପତ୍ର ପାଣିରେ ଆଣ୍ଟି ଇମ୍ପିଲେମେଟରୀ ତତ୍ତ୍ୱ ରହିଥାଏ । ଯାହା ଆଣଣ୍ଠୁଗଣ୍ଠି ଯନ୍ତ୍ରଣା ସମସ୍ୟାରୁ ମୁକ୍ତି ଦେଇଥାଏ ।

ତୁଳସୀ ପତ୍ର ପାଣି ପିଇବା ଦ୍ୱାରା ଶରୀର ମଧ୍ୟରୁ ଟକ୍ସିନ ଦୂର ହୋଇଥାଏ । ଏହାଛଡା କିଡନୀ ଓ ଲିଭର ଜନିତ ରୋଗ ପାଇଁ ତୁଳସୀ ପତ୍ର ପାଣି ଔଷଧ ଭଳି କାମ କରିଥାଏ । କେବଳ ଏତିକି ନୁହେଁ ଏହାଦ୍ୱାରା ଶରୀରରେ ଏସିଡର ମାତ୍ରା ସନ୍ତୁଳିତ ରହିଥାଏ । ଏହାଦ୍ୱାରା ପେଟ ଜନତି ସମସ୍ୟାରୁ ମଧ୍ୟ ରକ୍ଷା ପାଇ ପାରିବେ । ତୁଳସୀ ପତ୍ର ପାଣି ପିଇବା ଦ୍ୱାରା ବ୍ଲଡ ସୁଗାର କଣ୍ଟ୍ରୋଲରେ ରହିଥାଏ । ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ତୁଳସୀ ପତ୍ର ପାଣି ବେଶ ଉପଯୋଗୀ । ସୁବଠାରୁ ବଡ କଥା ହେଲା ଏଥିରେ ଥିବା ଫାଇଟୋକେମିକାଲ କ୍ୟାନସର ଭଳି ରୋଗରୁ ଶରୀରକୁ ରକ୍ଷା କରିବାରେ ସହାୟକ ହୋଇଥାଏ ।

କେବଳ ତୁଳସୀ ପତ୍ର ପାଣି ନୁହେଁ ତୁଳସୀ ପତ୍ର ଚା’ ମଧ୍ୟ ଶରୀର ପାଇଁ ବେଶ ଉପଯୋଗୀ । ଏହାଦ୍ୱାରା ଥଣ୍ଟା, ମ୍ୟାଲେରିଆ ଓ ଡେଙ୍ଗୁ ଭଳି ମାରାତ୍ମକ ରୋଗର ପ୍ରଭାବ କମ ପଡିଥାଏ । ତୁଳସୀ ପତ୍ରରେ ପ୍ରସ୍ତୁତ ହୋଇଥିବା ଜୁସ ଶରୀର ପ୍ରତି ବେଶ ହିତକାରକ । ଏହାକୁ ପିଇବା ଦ୍ୱାରା କଫ ଭଳି ସମସ୍ୟା ଦୂର ହୋଇଥାଏ ।

ସୌଜନ୍ୟ : ଦୈନିକ ଭାସ୍କର