ଭିଟାମିନ୍ ସିରେ ଭରପୁର ଅଁଳା ରସ ! ପ୍ରତିଦିନ ସେବନ କଲେ ଏହି ସବୁ ସମସ୍ୟାରୁ ମିଳିବ ମୁକ୍ତି

174

amla-juiceସୁସ୍ଥ ରହିବା ପାଇଁ ପ୍ରତିଦିନ ଜଣେ ବ୍ୟକ୍ତିଙ୍କୁ ୫୦ ମିଲିଗ୍ରାମ୍ ଭିଟାମିନ୍ ସି ଆବଶ୍ୟକ ହୋଇଥାଏ । ଆଉ ଭିଟାମିନରେ ଭରପୁର ଅଁଳା । ଯଦି ଆପଣ ପ୍ରତିଦିନ ଅଁଳା ରସ ସେବନ କରନ୍ତି ତେବେ ଶରୀରରେ ଥିବା ଭିଟାମିନ୍ ସି ର ଅଭାବ ଦୂର ହୋଇଥାଏ । ଏବେ ନଜର ପକାନ୍ତୁ ଅଁଳା ଔଷଧୀୟ ଗୁଣ ଉପରେ ।

– ପ୍ରତିଦିନ ଅଁଳା ରସ ସହ ମହୁ ମିଶାଇ ଖାଆନ୍ତୁ । ଏହି ରସ ନିୟମିତ ଖାଇଲେ ଆଜମା ଏବଂ ବ୍ରୋଙ୍କାଇଟସ୍ ଭଳି ରୋଗରୁ ମୁକ୍ତି ମିଳିଥାଏ ।

– ନଡିଆ ପାଣି ସହ ଅଁଳା ରସ ମିଶାଇ ପିଇଲେ ଆମ୍ବିଳା ହାକୁଟି ବନ୍ଦ ହୋଇଯାଏ ।

1505379405– ଅଁଳା ରସ ପାଚନ କ୍ରିୟାକୁ ବଢାଇ ଥାଏ । ଏହା ସହ କୋଷ୍ଠକାଠିନ୍ୟ ଭଳି ଭୟଙ୍କର ରୋଗରୁ ମୁକ୍ତି ଦେଇଥାଏ ।

– ସେହିପରି ପିଲାଙ୍କ ଦାନ୍ତ ଉଠିବା ସମୟରେ ପ୍ରତିଦିନ ମହୁ ସହ ଅଁଳା ରସ ମିଶାଇ ଦେଲେ ଲାଭ ମିଳିଥାଏ ।

– ଦାନ୍ତ ବିନ୍ଧା ପାଇଁ ଲାଭଦାୟକ ଅଁଳା । ଅଳ୍ପ କପୁର ସହ ଅଁଳା ରସ ମିଶାଇ ଦାନ୍ତରେ ଲଗାଇଲେ ତୁରନ୍ତ ଦାନ୍ତ ବିନ୍ଧା ଭଲ ହୋଇଯାଏ । ଏହା ସହ ଦାନ୍ତ ପୋକ ଲାଗିଥିଲେ ଭଲ ହୋଇଯାଏ ।

– ଯଦି ମାସିକଧର୍ମ ସମୟରେ ଅତ୍ୟଧିକ ରକ୍ତସ୍ରାବ ହେଲେ ଦିନକୁ ତିନି ଥିର କଦଳୀ ସହ ଅଁଳା ରସ ଖାଆନ୍ତୁ ।

– ପ୍ରତିଦିନ ସକାଳେ ମହୁ ସହ ଅଁଳା ରସ ସହ ପିଇଲେ ତ୍ୱଚାରେ ଚମକ ଆସିଥାଏ ।

5-easy-to-make-amla-face-packs-1-size-3କେଶକୁ ସୁନ୍ଦର ,ମୁଲାୟମ, ମଜଭୁତ ଓ ସିଲ୍କି କରିବା ପାଇଁ ଅଁଳା ମଧ୍ୟ ବ୍ୟବହାର କରନ୍ତୁ । ଅଁଳାକୁ ନଡିଆ ତେଲରେ ମିଶାଇ କେଶ ମୂଳରେ ମାଲିସ କରନ୍ତୁ । ସପ୍ତାହରେ ଥରେ ଏପରି କଲେ ଆପଣଙ୍କ କେଶ ମଜଭୁତ ହେବା ସହ ସିଲ୍କି ରହେ । ଅଁଳା, ଶିକାକାଇ, ଭୃଗରାଜକୁ ଗୁଣ୍ଡ କରି ରଖନ୍ତୁ ଓ ଏହି ଗୁଣ୍ଡକୁ ପାଣିରେ ଗୋଳାଇ ଲୁହା ପାତ୍ରର ରଖନ୍ତୁ । ନିୟମିତ ବ୍ୟବଧାନରେ ଏହି ଲେପକୁ କେଶରେ ଲଗାନ୍ତୁ କିଛି ସମୟ ପରେ କେଶ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା କେଶର ସବୁ ସମସ୍ୟାରୁ ରକ୍ଷା ପାଇପାରିବେ । ଏହା ବ୍ୟତୀତ କେବଳ ଅଁଳା ଗୁଣ୍ଡକୁ ମଧ୍ୟ ଚୁଟିରେ ଲଗାଇଲେ, କେଶ ମଜଭୁତ ହୁଏ । କେବଳ ଏତିକି ନୁହଁ ଅଁଳା ରସକୁ ସେବନ କଲେ ମଧ୍ୟ କେଶର ବିଭିନ୍ନ ସମସ୍ୟାରୁ ରକ୍ଷା ପାଇପାରିବେ ।