ନିୟମିତ ପିଅନ୍ତୁ ଧନିଆ ପତ୍ର ଜୁସ୍ ! ଏହି ୪ଟି ରୋଗରୁ ମିଳିବ ମୁକ୍ତି

190

ଖାଦ୍ୟରେ ସ୍ୱାଦ ବଢାଇଥାଏ ଧନିଆ ପତ୍ର । ହେଲେ ଧନିଆ ପତ୍ର ରସ ସ୍ୱାସ୍ଥ୍ୟ ପାଇଁ କୌଣସି ଅମୃତଠାରୁ କମ୍ ନୁହେଁ । ନିୟମିତ ଧନିଆ ପତ୍ର ରସ ପିଇଲେ ଅନେକ ବଡ ବଡ ରୋଗରୁ ମୁ୍କ୍ତି ମିଳିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଧନିଆ ପତ୍ର ରସ ପିଇବା ପାଇଁ କୌଣସି ନିର୍ଦ୍ଧାରିତ ସମୟ ନାହିଁ । ସକାଳେ , ସଂଧ୍ୟାରେ ଯେକୌଣସି ସମସୟରେ ପିଇ ପାରିବେ ।

କେମିତି ପ୍ରସ୍ତୁତ କରିବେ ଧନିଆ ପତ୍ର ଜୁସ୍ :
ଏହି ଜୁସ୍ ବନାଇବା ଅତ୍ୟନ୍ତ ସହଜ । ପ୍ରଥମେ ଗୋଟିଏ ଗ୍ଲାସ୍ ପାଣି ଗରମ କରନ୍ତୁ । ସେଥିରେ ଆବଶ୍ୟକୀୟ ଧନିଆ ପତ୍ର କାଟି ମିଶାନ୍ତୁ । ଏହାକୁ କିଛି ସମୟ ଭଲ ଭାବରେ ଫୁଟାନ୍ତୁ । ଏହା ପରେ ଏଥିରେ ଲେମ୍ବୁ ଏବଂ ଲୁଣ ମିଶାନ୍ତୁ ।

ଏବେ ନଜର ପକାନ୍ତୁ ଏହା କେଉଁ ରୋଗରୁ ମୁକ୍ତି ଦେଇଥାଏ :

ତ୍ୱଚା ସମ୍ବନ୍ଧୀୟ ସମସ୍ୟା : ଧନିଆରେ କାର୍ବୋହାଇଡ୍ରେଟ୍ସର ମାତ୍ରା ପ୍ରଚୁର ପରିମାଣର ଥାଏ । ପ୍ରତିଦିନ ଏହି ଜୁସ୍ ପିଇଲେ ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।

ମୋଟାପଣରୁ ମୁକ୍ତି : ଧନିଆ ପତ୍ର ଜୁସ୍ ପେଟ କମାଇବା ସହ କ୍ୟାଲୋରୀକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଏହି ରସକୁ ସକାଳେ ହେଉ ବା ସଂଧ୍ୟାରେ ଯେକୌଣସି ସମୟରେ ପିଇପାରିବେ ।

କିଡନୀ ଜାତୀୟ ସମସ୍ୟାରୁ ମୁକ୍ତି : ଶରୀରରୁ ଟକ୍ସିନ୍ ଦୂର କରିବାରେ ଧନିଆ ଜୁସ୍ ଖୁବ୍ ସାହାଯ୍ୟ କରିଥାଏ । କିଡନୀ ଜାତୀୟ ମସସ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ ଧନିଆ ପତ୍ର ରସ ।

ହୃଦ୍ ଜନିତ ସମସ୍ୟା : ଧନିଆରେ ପୋଟାସିୟମ୍ ଭରପୁର ଥାଏ । ଏହି ଜୁସ୍ ପ୍ରତିଦିନ ପିଇଲେ ହାର୍ଟ ଜନିତ ସମସ୍ୟାରୁ ଉପୁଜୁଥିବା ବିପଦରୁ ରକ୍ଷା ମିଳିଥାଏ ।