କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଅନ୍ତୁ ! ଏହି ସବୁ ମାରାତ୍ମକ ରୋଗରୁ ମିଳିବ ମୁକ୍ତି

154

ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହେଉଛି କ୍ଷୀର । ପ୍ରତିଦିନ କ୍ଷୀର ପିଇଲେ ହାଡ ମଜଭୁତ ହେବା ସହ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ । ତେବେ କଣ ଆପଣ ଜାଣନ୍ତି କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଇଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । କ୍ଷୀରରେ ତୁଳସୀ ପତ୍ର ମିଶାଇଲେ ଏକ ପ୍ରାକୃତିକ ଔଷଧର କାମ କରିଥାଏ । ଯାହା କ୍ୟାନ୍ସର ଏବଂ ମାଇଗ୍ରେନ୍ ଭଳି ମାରାତ୍ମକ ରୋଗ ଦୂର କରିଥାଏ । ତେଣୁ କ୍ଷୀର ପିଇବା ପୂର୍ବରୁ ସେଥିରେ ତୁଳସୀ ପତ୍ର ପକାନ୍ତୁ । ଏବେ କ୍ଷୀର ସହ ତୁଳସୀ ପତ୍ର ମିଶାଇ ପିଇଲେ କେଉଁ ରୋଗରୁ ମୁକ୍ତି ମିଳିଥାଏ ।

– ଯଦି ଆପଣ ମାଇଗ୍ରେନରେ ପୀଡିତ ତେବେ ପ୍ରତିଦିନ ସକାଳ ଏବଂ ସଂଧ୍ୟାରେ କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଅନ୍ତୁ । ଏହା ଦ୍ୱାରା ମୁଣ୍ଡବିନ୍ଧା ସମସ୍ୟା ଦୂର ହୋଇଥାଏ । ଏହାସହ ଆପଣ କ୍ଷୀରରେ ତୁଳସୀ ପତ୍ର ଏବଂ ହଳଦୀ ମିଶାଇ ପିଇପାରନ୍ତି ।

– ସେହପରି କିଡନୀରେ ଯଦି ଷ୍ଟୋନ୍ ହୋଇଥାଏ ତେବେ ପ୍ରତିଦିନ ସକାଳେ ଖାଲି ପେଟରେ କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଅନ୍ତୁ । ଏପରି ନିୟମିତ କଲେ ଷ୍ଟୋନ୍ ବାହାରକୁ ଚାଲିଆସିବ ।

– ହୃଦ ଜନିତ ସମସ୍ୟା ପାଇଁ ଖୁବ୍ ଲାଭଦାୟକ କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଇବା । କ୍ଷୀରରେ ତୁଳସୀ ପତ୍ର ପକାଇ ଭଲ ଭାବରେ ଫୁଟାନ୍ତୁ । ଏହା ପରେ ଏହାକୁ ଥଣ୍ଡା କରି ପିଅନ୍ତୁ । ନିୟମିତ ଏପରି ପିଇଲେ ହାର୍ଟ ସହ ଜଡିତ ସମସ୍ତ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଥାଏ ।

– କ୍ଷୀରରେ ଭିଟାମିନ୍ ସି ବ୍ୟତୀତ ଅନ୍ୟ ସମସ୍ତ ପୋଷକ ତତ୍ୱ ଭରପୁର ଅଛି । ପ୍ରତିଦିନ କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଇଲେ ଏଥିରେ ଥିବା ଆଂଟିାବାୟୋଟିକ୍ ଗୁଣ ଶରୀରରୁ କ୍ୟାନ୍ସର ସହ ଲଢିବା ପାଇଁ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ ସକାଳେ ଏବଂ ସଂଧ୍ୟାରେ କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଅନ୍ତୁ ।