କରଜ ପରିଶୋଧ ପାଇଁ ପରିବାରର ମୁଖ୍ୟ ନିଜର ପୈତୃକ ସମ୍ପତ୍ତି ବିକ୍ରି କରିପାରିବେ : ସର୍ବୋଚ୍ଚ ନ୍ୟାୟାଳୟ

42

କନକ ବ୍ୟୁରୋ : ଦୀର୍ଘ ୫୪ ବର୍ଷ ପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅନେକ ଦିନ ହେଲାଣି ପୈତୃକ ସମ୍ପତ୍ତିରୁ ନେଇ ସାରା ଦେଶରେ ଅନେକ ମାମଲା ରୁଜୁ ହେବା ସହ ବିଭିନ୍ନ କୋର୍ଟରେ ତାହାର ବିଚାର ମଧ୍ୟ ଚାଲିଥିବା ଜଣାପଡିଛି । ତେବେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଯଦି ପରିବାର ଉପରେ କୈାଣସି ଋଣ ରହିଛି ତେବେ ତାହାକୁ ପରିଶୋଧ କରିବା ପାଇଁ ଯିଏ ପରିବାରର ମୁଖ୍ୟ କେବଳ ନିଜର ପୈତୃକ ସମ୍ପତ୍ତି ବିକ୍ରି କରିପାରିବେ । ତେବେ ଏପରି ମାମଲାରେ ୧୯୬୪ ମସିହାରେ ହିଁ ଆରମ୍ଭ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ଜଣେ ବାପାଙ୍କ ବିରୋଧରେ ଏପରି ଏକ ମାମଲା ରୁଜୁ କରିଥିଲା । ସେହି ମାମଲା ସୁପ୍ରିମକୋର୍ଟଙ୍କରେ ମଧ୍ୟ ଅନେକ ଦିନ ଧରି ବିଚାର ହେଉଥିଲା । ତେବେ ବର୍ତ୍ତମାନ ସମୟରେ ଏପରି ଏକ ରାୟ ଆସିଥିବା ଜଣାପଡିଛି ।

 

ମିଳିଥିବା ସୂଚନା ଅନୁସାରେ ଲୁଧିଆନାର ପ୍ରୀତମ ସିଂହ ୧୯୬୨ମସିହାରେ ନିଜର ପୈତୃକ ସମ୍ପତ୍ତିକୁ ୧୯,୫୦୦ଟଙ୍କାରେ ବିକ୍ରି କରିଥିଲେ । ତେବେ ଏହାକୁ ବିରୋଧ କରିିଥିଲେ ତାଙ୍କ ପୁଅ । ଏହାପରେ ସେ କୋର୍ଟରେ କେସ କରିବା ସହ କହିଥିଲେ ପୈତୃକ ସମ୍ପତ୍ତିରେ କେବଳ ବାପାଙ୍କର ନୁହେଁ ବରଂ ତାଙ୍କ ପିଲାମାନଙ୍କର ମଧ୍ୟ ଅଧିକାର ରହିଛି । ତେଣୁ ସେ ସମ୍ପତ୍ତି ବିକ୍ରିି କରିପାରିବେ ନାହିଁ ବୋଲି ପ୍ରୀତମଙ୍କ ପୁଅ କୋର୍ଟରେ କହିଥିଲେ । ତେବେ ତଳ କୋର୍ଟ ଏହି ମାମଲା ବିଚାର କରି ସମ୍ପତ୍ତି ବିକ୍ରି କରିବା ଉପରେ କଟକଣା ଲଗାଇଥିଲେ ।

 

ତେବେ ଏହି ମାମଲାରେ ଉଭୟ ବାପା ଓ ପୁ୍ଅଙ୍କ ଆଇନଗତ ଲଢେଇ ଚାଲିଥିଲା । ଏହାପରେ ହାଇକୋର୍ଟ ଏହି ମାମଲା ଶୁଣାଣି କରି ଘରର ଆର୍ଥିକ ସମସ୍ୟା ପାଇଁ ପୈତୃକ ସମ୍ପତ୍ତି ବିକ୍ରି କରିପାରିବେ ବୋଲି କୋର୍ଟ କହିଥିଲେ । ତେବେ ଏହି ରାୟକୁ ପୁଣି ଚ୍ୟାଲେଜଂ କରାଯିବାରୁ ପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଖରେ ଏହା ପହଚିଂ ଥିଲା । ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ବିଚାର କରି କହିଛନ୍ତି ଯେ, ପୈତୃକ ସମ୍ପତ୍ତିରେ ଘର ଲୋକମାନଙ୍କର ଅଧିକାର ରହିଛି । ତେବେ ଯଦି ପରିବାରର କୈାଣସି ସମସ୍ୟା ରହିଛି ସେହି ପରିସ୍ଥିତିରେ ପରିବାରର ମୁଖ୍ୟ ପୈତୃକ ସମ୍ପତ୍ତି ବିକ୍ରି କରିପାରିବେ । ଏହାସହ କୋର୍ଟ କହିଛନ୍ତି ଯେ, ପରିବାର ଅସୁବିଧା କାରଣରୁ ଏପରି ସମ୍ପତ୍ତି ବିକ୍ରିି କରିହେବ ଓ ଏଥିରେ କେହଇ ବି ବାଧା ଦେଇପାରିବେ ନାହିଁ । ଦୀର୍ଘ ୫୪ ବର୍ଷପରେ ଏପରି ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।