ରାନ୍ଧୁଣିଆ ପାଲଟିଲେ ପ୍ରଧାନ ଶିକ୍ଷୟିତ୍ରୀ । ସ୍କୁଲର ରୋଷେୟା ଧର୍ମଘଟରେ ସାମିଲ ହେବା ପରେ ରାନ୍ଧୁଣିଆ ସାଜିଲେ ଶିକ୍ଷୟିତ୍ରୀ ।

237

କନକ ବ୍ୟୁରୋ: ସ୍କୁଲର ରାନ୍ଧୁଣିଆ ପାଲଟିଲେ ପ୍ରଧାନ ଶିକ୍ଷୟିତ୍ରୀ । ସ୍କୁଲର ରୋଷେୟା ରୋଷେଇ ପାଇଁ ମନା କରି ଧର୍ମଘଟରେ ସାମିଲ ହେବା ପରେ ରୋଷେୟା ସାଜିଲେ ଶିକ୍ଷୟିତ୍ରୀ । ସ୍କୁଲ ପରିଚାଳନା କମିଟି ସଭାନେତ୍ରୀ ଓ ଛାତ୍ରୀଙ୍କ ସହଯୋଗରେ ଶହେ ପିଲାଙ୍କ ପାଇଁ ରୋଷେଇ କଲେ କସ୍ତୁରିବା ଗାନ୍ଧି ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ।

ଧର୍ମଘଟରେ ମାଲକାନଗିରି ଖଇରପୁଟ୍ ବ୍ଲକ କୁମାରପୁର କସ୍ତୁରିବା ଗାନ୍ଧି ବାଳିକା ବିଦ୍ୟାଳୟର କର୍ମଚାରୀ । କର୍ମଚାରୀ ଧର୍ମଘଟ ବସିଥିବା ବେଳେ ରୋଷେୟା ପାଲଟିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ । ସ୍କୁଲ ପରିଚାଳନା କମିଟି ସଭାନେତ୍ରୀଙ୍କ ସହଯୋଗରେ ଶହେ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଖୋଦ ପ୍ରଧାନ ଶିକ୍ଷୟତ୍ରୀ । ସ୍କୁଲ କମିଟି ସଭାନେତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ ରୋଷେଇ କରୁଥିବା ବେଳେ ପିଲାମାନେ ପନି ପରିବାର କାଟୁଥିବା ଦୃଶ୍ୟ କଏଦ ହୋଇଛି । ଛାତ୍ରୀମାନେ ଚାଉଳ ବାଛିବାଠୁ ଆରମ୍ଭ କରି ପରିବା କଟିବା ଯାଏ ସବୁ କରୁଛନ୍ତି ।

ରେଷେୟାମାନେ ରାନ୍ଧିବାକୁ ମନା କରିବା ପରେ କସ୍ତୁରୀବା ସ୍କୁଲ କର୍ତୃପକ୍ଷ ଏନେଇ ମାଲକାନଗିରି ଡିସିପିଙ୍କୁ ଅବଗତ କରାଯାଇଛନ୍ତି । ତଥାପି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ତେଣୁ ବିକଳ୍ପ ବ୍ୟବସ୍ଥା ନପାଇ ବାଧ୍ୟ ହୋଇ ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିବା କହିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ । ଧର୍ମଘଟରେ ରହିଥିବା କର୍ମଚାରୀଙ୍କ ପାଇଁ ବିଦ୍ୟାଳୟରେ ସୃଷ୍ଟି ହୋଇଛି ସମସ୍ୟା । ରୋଷେୟା ନ ଥିବାରୁ ଖୋଦ୍ ପ୍ରଧାନଶିକ୍ଷୟତ୍ରୀ ରାନ୍ଧିବା ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।