ପତ୍ନୀ ସହ କଥା ହୋଇ ଯାଉଥିଲେ ଯବାନ ! ଆଉ ଠିକ ସେତିକିବେଳେ ପୁଲୱାମାର ପ୍ରଚଣ୍ଡ ଶଦ୍ଦ ଫୋନରେ ଶୁଣିଥିଲେ ପତ୍ନୀ
ପତ୍ନୀ ସହ କଥା ହୋଇ ଯାଉଥିଲେ ଯବାନ
କନକ ବ୍ୟୁରୋ : ଗୁରୁବାର ଦିନ ପୁଲ୍ଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ ଯବାନ ପ୍ରଦୀପ ସିଂହ ଯାଦବଙ୍କ ଶେଷ ଫୋନ୍ କଲ୍ ପତ୍ନୀ ନୀରଜ ଦେବୀଙ୍କ ନିକଟକୁ। ଆତ୍ମଘାତି ଏସ୍ୟୁଭି ସେ ଯାତ୍ରା କରୁଥିବା ବସକୁ ଧକ୍କା ଦେବା ସମୟରେ ସେ ପତ୍ନୀଙ୍କ ସହ ଫୋନ୍ ଯୋଗ କଥାବାର୍ତ୍ତା କରୁଥିଲେ। ଉତ୍ତର ପ୍ରଦେଶର କନ୍ନୌଜ ଜିଲ୍ଲା ଅନ୍ତର୍ଗତ ଆଜାନ୍ ସୁଖସେନପୁର ଗାଁ’ର ନୀରଜ ଦେବୀ କହନ୍ତି: ସ୍ୱାମୀଙ୍କ ସହ ଫୋନରେ କଥା କହୁଥିବା ବେଳେ ସେପଟୁ କାନ ଅତଡ଼ା ଫାଟିବା ପରି ଶବ୍ଦ ଶୁଣିଲି, ପର ମୁହୂର୍ତ୍ତରେ ସବୁ ନିରବ ଏବଂ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା।
Kanak News is now on WhatsApp
Join and get latest news updates delivered to you via WhatsApp
କିଛି ଅଘଟଣ ଘଟିଲା ଜାଣି ତାଙ୍କର ଭଲମନ୍ଦ ଜାଣିବାକୁ କେତେ ଥର ଉଦ୍ୟମ କଲି, କିନ୍ତୁ ମୋର ସବୁ କିଛି ସରିଯାଇଥିଲା। ପରେ ମୁଁ ସିଆରପିଏଫ କଣ୍ଟ୍ରୋଲ୍ ରୁମରୁ କଲ୍ ପାଇଲି ବିସ୍ଫୋରଣ ଯୋଗେ ସ୍ୱାମୀଙ୍କ ପରଲୋକ ଘଟିଛି। ବିସ୍ଫୋରଣ ବେଳେ ପ୍ରଦୀପଙ୍କ ପତ୍ନୀ ଦୁଇ ପିଲାଙ୍କ ସହ କାନପୁରର କଲ୍ୟାଣପୁର ଅନ୍ତର୍ଗତ ବରାସିରୋହି ଗ୍ରାମସ୍ଥିତ ତାଙ୍କ ବାପଘରେ ଥିଲେ। ଖବର ପାଇ ସେ ଶାଶୂଘର ଗାଁ ଆଜାନ୍ ସୁଖସେନପୁର ଧାଇଁଯାଇଥିଲେ। ଆଉ ସେଠାରେ ପହଞ୍ଚିବା ପରେ ଆରମ୍ଭ ହୋଇଯାଇଥିଲା କାନ୍ଦବୋବାଳି । ତେବେ କେବଳ ଏହି ଘଟଣା ସେଠାକାର ନୁହେଁ ଯେଉଁ ଗ୍ରାମରେ ସହିଦ ହୋଇଛନ୍ତି ଯବାନ ସେହିଠାରେ ହିଁ ଦେଖାଯାଉଛି ଏପରି ହୃଦୟ ବିଦାରକ ଦୃଶ୍ୟ ।