ଆସ୍ଥା ଭୋଟ ପୂର୍ବରୁ କୁମାରସ୍ୱାମୀଙ୍କ ବଡ ସଫଳତା: ଓହରିଗଲା ବିଜେପି । କର୍ଣ୍ଣାଟକ ବିଧାନସଭା ପାଇଁ ବାଚସ୍ପତି ନିର୍ବାଚିତ ହେଲେ କଂଗ୍ରେସ ସଦସ୍ୟ ରମେଶ କୁମାର

31

କନକ ବ୍ୟୁରୋ: ଆସ୍ଥା ଭୋଟ ପୂର୍ବରୁ କୁମାରସ୍ୱାମୀଙ୍କ ବଡ ସଫଳତା । କର୍ଣ୍ଣାଟକ ବିଧାନସଭା ପାଇଁ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି କଂଗ୍ରେସ ସଦସ୍ୟ ରମେଶ କୁମାର । ବିଜେପି ବାଚସ୍ପତି ପଦ ପାଇଁ ଦେଇଥିବା ନାଁକୁ ପ୍ରତ୍ୟାହାର କରିନେଇଛି । ସେପଟେ ଆଉ କିଛି ସମୟ ପରେ କର୍ଣ୍ଣାଟକ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମୀ । କଂଗ୍ରେସ-ଜେଡିୟୁ ମେଂଟର ନେତା କୁମାରସ୍ୱାମୀ ବୁଧବାର କର୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

ଆଜି ତାଙ୍କୁ ବିଧାନସଭାରେ ବହୁମତ ପ୍ରମାଣ କରିବାକୁ ପଡିବ । କର୍ଣ୍ଣାଟକ ରାଜନୀତିକୁ ନେଇ ସାରା ଦେଶ ଉଠିବା ପଡିବା ପରେ, ଶେଷରେ ୟେଦ୍ୟୁରପ୍ପା ବିଧାନସଭାରେ ଫ୍ଲୋର ଟେଷ୍ଟ ପୂବରୁ ସଂଖ୍ୟାଗରିଷ୍ଠତା ଅଭାବରୁ ଇସ୍ତଫା ଦେଇଥିଲେ । ଆଉ ଗତ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ କୁମାରସ୍ୱାମୀ । ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ଜେଡିଏସ ଓ କୁମାରସ୍ୱାମୀ କିଙ୍ଗମେକରରୁ କିଙ୍ଗ ପାଲଟିଥିଲେ । ଆଉ କଂଗ୍ରେସର ଜି. ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।