ଦିନକୁ ଦେବାକୁ ପଡିବ ମାତ୍ର ୪ ଟଙ୍କା, କ୍ୟାନସର ରୋଗ ସହ ଲଢିବାକୁ ମିଳିବ ୨୦ ଲକ୍ଷ ଟଙ୍କା ! ଜାଣନ୍ତୁ କିଏ ଦେଉଛି ଏଭଳି ବୀମା ଅଫର

45

ପ୍ରତିବର୍ଷ କ୍ୟାନସର ରୋଗରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ଏହି ରୋଗର ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ । ଆଉ ଏହି ରୋଗଟି ଗରିବ ଲୋକଟିକୁ ହେଲେ କଥା ସରିଲା । ଜୀବନ ଯାକର ଜମା ରାଶି କୁଆଡ଼େ ଚାଲିଯାଏ ତାହା ଜଣା ପଡେ ନାହିଁ । କିଛିଦିନ ତଳେ ବଲିଉଡର ବହୁ ଚର୍ଚ୍ଚିତ ନାୟିକା ସୋନାଲି ବେନ୍ଦ୍ରେ କ୍ୟାନସରରେ ପିଡିତ ଥିବା କଥା ଇଂଷ୍ଟାଗ୍ରାମରେ ପୋଷ୍ଟ କରି ଲୋକମାନଙ୍କୁ ଜଣାଇଥିଲେ । ତାଙ୍କୁ କ୍ୟାନସର ହୋଇଥିବା କଥା ହଠାତ୍ ଜାଣିବାକୁ ପାଇଥିଲେ । ଆଉ ଏଭଳି ହେବ ବୋଲି ସେ କେବେ ଭାବି ମଧ୍ୟ ନଥିଲେ । ଠିକ୍ ସେହିଭଳି ଏହି ରୋଗ କେତେବେଳେ କାହାକୁ ଆକ୍ରାନ୍ତ କରିବ ତାହା କହିବା ମୁସ୍କିଲ । ତେଣୁ ଏହା ପୂର୍ବରୁ ସଚେତନ ରହିବା ଉଚିତ । କିଭଳି ଏହାକୁ ମୁକାବିଲା କରିବେ ସେନେଇ ପୂର୍ବରୁ ପ୍ରସ୍ତୁତ କରିବା ଆବଶ୍ୟକ ।

ବହୁ ବୀମା କମ୍ପାନୀ କ୍ୟାନସର ପ୍ରୋଟେକ୍ସନ ପ୍ଲାନ ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି । ଏଥି ମଧ୍ୟରୁ ଏଚଡିଏଫସି ପ୍ଲାନ ହେଉଛି ଅନ୍ୟତମ । ଏଚଡିଏଫସି ଲାଇଫ କ୍ୟାନସର ପ୍ଲାନ ଅନୁସାରେ ଆପଣ ପ୍ରତିଦିନ ୪ ଟଙ୍କା ଲେଖାଏଁ ନିବେଶ କରି ୨୦ ଲକ୍ଷ ଟଙ୍କାର ବୀମା ରାଶି ହାସଲ କରିପାରିବେ । ଏଚଡିଏଫସି ଲାଇଫ ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ, ଏହି ପଲିସିକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି ଯଥା ସିଲଭର, ଗୋଲ୍ଡ, ପ୍ଲାଟିନମ ସାମିଲ ରହିଛି । ଏହି ତିନୋଟି ଶ୍ରେଣୀରେ ଇନ୍ସୁରାନ୍ସ କରି ଅଲଗା ଅଲଗା ପ୍ରିମିୟମ ପାଇପାରିବେ ।

ଏହି ପଲିସି କରିବା ପୂର୍ବରୁ ଆପଣଙ୍କୁ ଏଚଡିଏଫସି ଲାଇଫ ତରଫରୁ କିଛି ପ୍ରଶ୍ନ ପଚାରାଯିବ । ପ୍ରଶ୍ନର ଉତର ଦେବା ପରେ ଏହି ଇନ୍ସୁରାନ୍ସ ଜାରି କରାଯିବ । ପ୍ରତିଦିନ ୪ ଟଙ୍କା ଲେଖାଏ ଜମାକରି ୨୦ ଲକ୍ଷ ଟଙ୍କା ହାସଲ କରିବା ପାଇଁ ୩୫ ବର୍ଷିୟ ବ୍ୟକ୍ତି ମାନଙ୍କୁ ୧୪୧୧ ଟଙ୍କାର ବର୍ଷିକ ପ୍ରିମିୟମ ଭରଣା କରିବାକୁ ପଡିବ । ସବୁଠାରୁ ବଡ କଥା ହେଉଛି ଏହି ପଲିସି ଅବଧି ୧୦ ବର୍ଷ ରଖାଯାଇଛି । ଆଉ ଏହା ସିଲଭର ପ୍ରିମିୟମ ମଧ୍ୟରେ ରହିବ ।

ଏଚଡିଏଫସି ଲାଇଫ ପଲିସି ବିଷୟରେ ଅଧିକ ସୂଚନା ପାଇଁ https://www.hdfclife.com/documents/apps/hdfc-life-cancer-care-plan20170818-091033.pdf ଦିଆଯାଇଥିବା ଏହି ଲିଙ୍କ୍ ବ୍ୟବହାର କରି ଜାଣିପାରିବେ । ଏହି ପଲିସି କରିବା ବେଳେ ଅନ୍ୟ ବୀମା କମ୍ପାନିର ପଲିସି ସହ ତୁଳନା କରିବାକୁ ଆଦୌ ଭୁଲନ୍ତୁ ନାହିଁ । ଏପରିକି ଏହି ପଲିସିର ସମସ୍ତ ନିୟମ ଓ ସର୍ତ୍ତ ପଢିବାକୁ ଆଦୌ ଭୁଲନ୍ତୁ ନାହାନ୍ତି ।