ଖାକି ବର୍ଦିରେ କଳା ବ୍ୟାଚ୍ : ଦାବି ପୂରଣ ନହେଲେ ୨୩ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

30

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ଖାକି ବର୍ଦିରେ କଳା ବ୍ୟାଚ୍ । ଆଜି ଛଅ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଓଡିଶା ପୁଲିସର ହାବିଲଦାର, କନେଷ୍ଟବଳ ଓ ସିପାହୀ ମହାସଂଘ । ମହାସଂଘର ଡାକରାକ୍ରମେ ରାଜ୍ୟର ୬୦ହଜାର ହାବିଲଦାର, କନେଷ୍ଟବଳ ଓ ସିପାହୀ ସାମିଲ ହୋଇଛନ୍ତି । ସଂଘର ନିଷ୍ପତିକ୍ରମେ ୨ଦିନ ଧରି କଳାବ୍ୟାଚ ପିନ୍ଧି ସଦସ୍ୟମାନେ ଡ୍ୟୁଟିରେ ଯୋଗଦେଇଛନ୍ତି । ଯଦି ଦୁଇ ଦିନ ମଧ୍ୟରେ ରାଜ୍ୟ ସରକାର କୋ÷ଣସି ସକରାତ୍ମକ ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଆସନ୍ତା ୨୩ରୁ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ମହାସଂଘ ଘୋଷଣା କରିଛି ।