କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: ବିଚାରପତିଙ୍କ ଦରମା ବଢ଼ାଇବାକୁ କ’ଣ ଭୁଲି ଯାଇଛ?

22

କନକ ବ୍ୟୁରୋ : ମଙ୍ଗଳବାର ସୁପ୍ରିମକୋର୍ଟ କେନ୍ଦ୍ରସରକାଙ୍କୁ କଟାକ୍ଷ କରିବା ସହ ଅଦାଲତରେ କାମକରୁଥିବା ବିଚରାପତିଙ୍କ ଦରମା ବଢାଇବା ଭୁଲିଯାଇଛ କି ବୋଲି ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ସପ୍ତମ ବେତନ କମିସନଙ୍କ ସୁପାରିସ ଅନୁସାରେ ଦରାମା ଲାଗୁ ହେବା ପରେ ଅମଲାମାନଙ୍କୁ ବେତନ ଠାରୁ ଏହି ବିଚାରପତିମାନଙ୍କ ବେତନ ବହୁତ କମ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଉଚ୍ଚତମ ନ୍ୟାୟାଳୟର କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ସଫେଇ ଭତ୍ତା ମଞ୍ଜୁର କରାଯିବା ସଂକ୍ରାନ୍ତ ମାମଲାର ଶୁଣାଣି ବେଳେ ଜଷ୍ଟିସ ଜେ. ଚେଲାମେଶ୍ୱର ଏବଂ ଏସ. ଅବ୍ଦୁଲ ନାଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ ପି.ଏସ. ନରସିଂହମଙ୍କୁ ପଚାରି ଥିଲେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ନିମନ୍ତେ ସପ୍ତମ ବେତନ କମିସନଙ୍କ ଅନୁମୋଦନ ସହ ସମତୁଲ କରାଯିବାକୁ ଥିବା ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବିଚାରପତିମାନଙ୍କ ଦରମା କଥା କ’ଣ ହେଲା?ନୈତିକତା ଆଧାରରେ ଗତ ମାର୍ଚ ମାସରେ କେନ୍ଦ୍ର ସରକାର ବିଚାରପତିମାନଙ୍କ ଦରମା ବୃଦ୍ଧି କଥା ଗ୍ରହଣ କରିଥିଲେ କିନ୍ତୁ, ପରବର୍ତ୍ତୀ କାର୍ଯ୍ୟଧାରା ପାଇଁ ତାହା ପଡ଼ି ରହିଛି। ସଂସଦ ଦ୍ୱାରା ସଂଶୋଧନ ଅନୁମୋଦନ କରାଯିବା ପରେ ହିଁ ଯାଇ ବିଚାରପତିମାନଙ୍କ ଦରମା ବୃଦ୍ଧି କରାଯାଇ ପାରିବ।

ସପ୍ତମ ବେତନ କମିସନଙ୍କ ସୁପାରିସ ଲାଗୁ ହେବା ପରେ, ଶୀର୍ଷ ପାହ୍ୟାର ଅମଲା, କ୍ୟାବିନେଟ ସେକ୍ରେଟେରିମାନେ ଭତ୍ତା ବ୍ୟତୀତ ଅଢ଼େଇ ଲକ୍ଷ ଟଙ୍କା ଦରମା ପାଉଛନ୍ତି।ଏହା ତୁଳନାରେ କ୍ୟାବିନେଟ ସେକ୍ରେଟାରିଙ୍କ ଠାରୁ ଊର୍ଦ୍ଧ୍ୱ ପାହ୍ୟାରେ ଥିବା ଭାରତର ମୁଖ୍ୟ ବିଚାରପତି ଅନ୍ୟାନ୍ୟ ଭତ୍ତାକୁ ବାଦ ଦେଇ ମାତ୍ର ୧ ଲକ୍ଷ ଟଙ୍କା ଦରମା ପାଉଛନ୍ତି। ସୁପ୍ରିମକୋର୍ଟର ବିଚାରପତିମାନେ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତିମାନେ ମାସିକ ୯୦ ହଜାର ଟଙ୍କା ଦରମା ଏବଂ ଅନ୍ୟାନ୍ୟ ଭତ୍ତା ପାଉଛନ୍ତି। ଅନ୍ୟାନ୍ୟ ଭତ୍ତା ସହ ହାଇକୋର୍ଟର ବିଚାରପତିମାନେ ମାସିକ ୮୦ ହଜାର ଟଙ୍କା ଦରମା ପାଉଛନ୍ତି।

ଏହା ଟଙ୍କାପଇସା କଥା ନୁହେଁ ଆତ୍ମସମ୍ମାନର ପ୍ରଶ୍ନ ବୋଲି ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିମାନେ ଗଣମାଧ୍ୟମକୁ କହିଛନ୍ତି । ଉଚ୍ଚରେ ଥାଇ ମଧ୍ୟ ବିଚାରପତିମାନେ ଅମଲାମାନଙ୍କ ଠାରୁ କମ ଦରମା ପାଇବା ଲଜ୍ଜାଜନକ।ମଙ୍ଗଳବାର ଦିନ ଶୁଣାଣି ବେଳେ ଏଏସଜି ନରସିଂହ କହିଲେ, କି ଏ ମାମଲା ସଂକ୍ରାନ୍ତରେ ସେ ସରକାରଙ୍କ ଠାରୁ ନିର୍ଦେଶ ଆଣି ନଭେମ୍ବର ୧୪ ତାରିଖ ଦିନ ଅଦାଲତକୁ ଆସିବେ। ମୁଖ୍ୟ ମାମଲା ଅଦାଲତର କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ସଫେଇ ଭତ୍ତା ଦେବା ପ୍ରସଙ୍ଗରେ ସେ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଅନୁମୋଦନ ବିନ, ସାମ୍ବିଧାନିକ ଅଦାଲତ ଏହି ଭତ୍ତା ଦେଇ ପାରିବ ନାହିଁ।

ନରସିଂହ କହିଥିଲେ ଯେ ଦିଲ୍ଲୀ ହାଇକୋର୍ଟ ଆପଣାଛାଏଁ ତା’ର କର୍ମଚାରୀମାନଙ୍କୁ ସଫେଇ ଭତ୍ତା ଦେଉଛି, କିନ୍ତୁ ତାହା ଆଇନତଃ ଅସିଦ୍ଧ।ଏହା ପରେ ଉଚ୍ଚତମ ନ୍ୟାୟାଳୟର କର୍ମଚାରୀମାନେ ହାଇକୋର୍ଟର କର୍ମଚାରୀଙ୍କ ସମତୁଲ ସୁବିଧା ପାଇବା ନିମନ୍ତେ ପିଟିସନ ଫାଇଲ କରିଥିଲେ। ଏଏସଜି କହିଥିଲେ ଯେ କେତେକ ଅଫିସ୍ରେ ଦିଆଯାଉଥିବା ପ୍ରାୟ ୧୫୮ ପ୍ରକାର ଭତ୍ତାକୁ ସରକାର ଉଠାଇ ଦେଇ ମାତ୍ର ଛଅ ସାତଟି ଭତ୍ତା ରଖିଛନ୍ତି।