ହତିଆର ଲାଇସେନ୍ସ ପାଇଁ ପଞ୍ଜାବ ସରକାରଙ୍କ ନୂଆ ନିୟମ ! ହତିଆର ଲାଇସେନ୍ସ କରିବା ପୂର୍ବରୁ ସର୍ତ୍ତ ମାନିବା ଅନିବାର୍ଯ୍ୟ ।

28

ହତିଆର ପ୍ରସ୍ତୁତ କରିବା ଉପରେ କଡା ନିୟମ ସହ ନୁତନ ପରିବର୍ତ୍ତନ ଜାରି କରାଯାଇଛି । ଏବେ ସର୍ତ୍ତକୁ ନମାନି ଯଦି ହତିଆର ପ୍ରସ୍ତୁତ କରିବେ ତେବେ ଏହାର ପରିଣାମ ଆପଣଙ୍କୁ ଭୋଗିବାକୁ ପଡିବ । ସୁଚନା ଅନୁସାରେ ପଞ୍ଜାବର କୌଣସି ପାଲେସ କିମ୍ବା ହୋଟେଲରେ ବିବାହ ସମାରୋହରେ ହର୍ସ ଫାୟାରିଙ୍ଗ୍(ଘୋଡା ଉପରେ ବସି ଗୁଳି ଚଳାଇବା) କିମ୍ବା ହୋଟେଲ ଭିତରକୁ ବନ୍ଧୁକ ନେବା ଭଳି କାର୍ଯ୍ୟ କଲେ ସମ୍ପୃକ୍ତ ହୋଟେଲର ମାଲିକଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ ହେବ । ଅନ୍ୟପକ୍ଷରେ ବ୍ୟକ୍ତିଗତ ହତିଆର ପାଇବାକୁ ଇଚ୍ଛୁକ ବ୍ୟକ୍ତିଙ୍କୁ ବିବାହ କିମ୍ବା ଅନ୍ୟ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ହତିଆର ନନେବାକୁ ରେଜିଷ୍ଟରରେ ମେନସନ୍ କରିବାକୁ ପଡିବ । ଏହାଛଡା ରାଜ୍ୟ ପୋଲିସ୍ ତରଫରୁ ବିବାହ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ହତିଆର ପ୍ରବେଶକୁ ରୋକିବା ପାଇଁ ମେଟଲ ଡିଟେକ୍ଟରକୁ କାମରେ ଲଗାଇବା ପାଇଁ କୁହାଯାଇଛି । ସିସିଟିଭି କ୍ୟାମେରା ସହାୟତାରେ ହତିଆର ବ୍ୟବହାର କରୁଥିବା ବ୍ୟକ୍ତିକୁ ଗିରଫ କରାଯିବା ସହ ହୋଟେଲ ମାଲିକଙ୍କୁ ମଧ୍ୟ ଗିରଫ କରାଯିବ ।