ଟ୍ୱିଟରରେ ହ୍ୟାସଟ୍ୟାଗର ବ୍ୟବହାରକୁ ପୂରିଲା ୧୦ ବର୍ଷ ! ଜାଣନ୍ତୁ ପ୍ରଥମେ କେବେ ଓ କିପରି ହୋଇଥିଲା ଏହାର ବ୍ୟବହାର

55

କନକ ବ୍ୟୁରୋ : ଆଜିକାଲି ଟ୍ୱିଟର ବ୍ୟବହାରୀକାରୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ସରକାରୀ କ୍ଷେତ୍ର ହେଉ ଅବା ଘରୋଇ କ୍ଷେତ୍ର ସମସ୍ତଙ୍କ ପାଇଁ ଯୋଗାଯୋଗର ମାଧ୍ୟମ ପାଲଟିଛି ଟ୍ୱିଟର । ଗୋଟିଏ କ୍ଲିକରେ ପୂରା ଖବର ପହଞ୍ଚଛି ସମଗ୍ର ବିଶ୍ୱରେ । ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ଟ୍ୱିଟ୍ । ସେଥିପାଇଁ ତ ଟ୍ୱିଟର ଲୋକପ୍ରିୟତା କାହିଁରେ କଣ । ତେବେ ଟ୍ୱିଟରରେ କିଛି ମେସେଜ ପଠାଇବା ବେଳେ ଆମକୁ ହ୍ୟାସଟ୍ୟାଗ ବ୍ୟବହାର କରିଥାଉ । ତେବେ ଆଜି ଟ୍ୱିଟରରେ ୧୦ ବର୍ଷ ପୁରୁଛି ହ୍ୟାସଟ୍ୟାଗକୁ । ୧୦ ବର୍ଷ ତଳେ ଆଜିର ଦିନର ହିଁ ଟ୍ୱିଟରରେ ପ୍ରଥମ ଥର ପାଇଁ ହ୍ୟାସଟ୍ୟାଗର ବ୍ୟବହାର ହୋଇଥିଲା । ତେବେ ହ୍ୟାସଟ୍ୟାଗର ବ୍ୟବହାର ପ୍ରଥମେ ଟ୍ୱିଟର କରିନଥିଲା ବରଂ ଏହାର ବ୍ୟବହାର ପଛରେ ଅନ୍ୟ ଜଣଙ୍କର ହାତ ରହିଥିଲା ।

ଟ୍ୱିଟରରେ ହ୍ୟାସଟ୍ୟାଗ ୧୦ ବର୍ଷ ପୂରଣ କରିବା ପରେ ଟ୍ୱିଟରର ସଂସ୍ଥାପକ ବିଜ ଷ୍ଟୋନ ଏନେଇ ମୁହଁ ଖୋଲିଛନ୍ତି । ହ୍ୟାସଟ୍ୟାଗ ପଛର ପୂରା କାହାଣୀ ଉପରୁ ପରଦା ଉଠାଇଛନ୍ତି । ୨୩ ଅଗଷ୍ଟ ୨୦୦୭ରେ ପ୍ରଥମଥର ପାଇଁ ଗୁଗୁଲର ପୂର୍ବ କର୍ମଚାରୀ କ୍ରିସ ମେସିନା ଟ୍ୱିଟରରେ ହ୍ୟାସଟ୍ୟାଗ ବ୍ୟବହାର କରିଥିଲେ । ବିଜ ଷ୍ଟୋନଙ୍କ ଅନୁଯାୟୀ, ଟ୍ୱିଟର ଆରମ୍ଭ ହେବା ପରେ କ୍ରିସ ମେସିନା ଅଧିକ ସମୟ ଧରି ଟ୍ୱିଟର ବ୍ୟବହାର କରୁଥିଲେ । ତେବେ ଅଚାନକ ଗୋଟିଏ ଦିନ ସେ ଅଫିସ୍ ମଧ୍ୟକୁ ଆସି ଟ୍ୱିଟରରେ ହ୍ୟାସଟ୍ୟାଗ ବ୍ୟବହାର କରିବା ପାଇଁ ଉପଦେଶ ଦେଇଥିଲେ । ତେବେ ମେସିନାଙ୍କ କଥାକୁ ସେତେବେଳେ କେହି କର୍ଣ୍ଣପାତ କରିନଥିଲେ । କାରଣ ସେହି ସମୟରେ ଟ୍ୱିଟର ନୂଆକରି ଆରମ୍ଭ ହେଉଥିଲା ତେଣୁ, ବାହାର ଲୋକଙ୍କ କଥାକୁ ବେଶି ଗୁରୁତ୍ୱ ଦେଉନଥିଲେ ଟ୍ୱିଟର କର୍ମଚାରୀ ।

କିନ୍ତୁ ମେସିନା ଦେଇଥିବା ଉପଦେଶ ଟ୍ୱିଟର ଭଳି ଅତି ସରଳ ଓ ବ୍ୟବହାର ଉପଯୋଗୀ ଥିଲା ବୋଲି କହିଛନ୍ତି ବିଜ ଷ୍ଟୋନ । ସେତେବେଳେ ସେ ପାଉଣ୍ଡ କିମ୍ବା ହ୍ୟାସଟ୍ୟାଗ ସଂକେତ ବ୍ୟବହାର କରିବା ପାଇଁ ଉପଦେଶ ଦେଇଥିଲେ । କିନ୍ତୁ ସେତେବେଳେ ତାଙ୍କ କଥାକୁ ଆମେ କେହି ଗୁରୁତ୍ୱ ଦେଇନଥିଲୁ ବୋଲି କହିଛନ୍ତି ବିଜ । ତାଙ୍କ କଥାକୁ ହାଲକାରେ ନେଇ ଏହା ଉପରେ କାମ କରିବାକୁ କହିବା ପରେ ସେ ଚାଲିଯାଇଥିଲେ ।

କ୍ରିସ ମେଲିସାଙ୍କ ପ୍ରଥମ ଟ୍ୱିଟ୍

twitter

ତେବେ କିଛିଦିନ ବିତିଯିବା ପରେ ମଧ୍ୟ ଟ୍ୱିଟରରେ ହ୍ୟାସଟ୍ୟାଗର ବ୍ୟବହାର ହୋଇନଥିଲା । ପରେ ସେ ନିଜେ ପୁଣିଥରେ ଟ୍ୱିଟ୍ କରି ହ୍ୟାସଟ୍ୟାଗ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଥିଲେ । ତେବେ ଶେଷରେ ୨୩ ଅଗଷ୍ଟ ୨୦୦୭ରେ ମେସିନା ପ୍ରଥମଥର ପାଇଁ ହ୍ୟାସଟ୍ୟାଗ ବ୍ୟବହାର କରି ଟ୍ୱିଟ୍ କରିଥିଲେ । ଏହି ଟ୍ୱିଟ୍ ସେତେବେଳେ ଖୁବ ଲୋକପ୍ରିୟ ହୋଇଥିଲା । ମେସିନାଙ୍କ ଟ୍ୱିଟର ଲୋକପ୍ରିୟତାକୁ ଦେଖି ତତକ୍ଷଣାତ ବିଜ ହ୍ୟାସଟ୍ୟାଗକୁ ଟ୍ୱିଟର ସହ ଲିଙ୍କ କରାଇଥିଲେ । ଯାହାଫଳରେ ହ୍ୟାସଟ୍ୟାଗ ଦେଇ ପଠାଯାଇଥିବା ମେସେଜକୁ ବେଶ ଆରାମରେ ଖୋଜି ପାରୁଥିଲେ ବ୍ୟବହାରକାରୀ । ପରେ ଏହି ହ୍ୟାସଟ୍ୟାଗ ପାଇଁ ହିଁ ଟ୍ୱିଟର ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିପାରିଛି । ହ୍ୟାସଟ୍ୟାଗ ଯୋଗୁଁ ଟ୍ୱିଟର ବ୍ୟବହାରକାରୀ ଯେକୌଣସି ବି ମେସେଜକୁ ଅତି ସହଜରେ ଖୋଜି ପାଇ ପାରୁଛନ୍ତି ।