ଗୁଲସନ କୁମାରଙ୍କ ବାୟୋପିକ ଫିଲ୍ମରୁ ଅକ୍ଷୟ ଆଉଟ , ତାଙ୍କ ସ୍ଥାନରେ ନଜର ଆସିବେ ଏହି କଳାକାର

30

ବଲିଉଡ ଅଭିନେତା ଅକ୍ଷୟ କୁମାର ବାୟୋପିକ ଫିଲ୍ମର ରାଜା ଭାବେ ବେଶ ଜଣାଶୁଣା । ଗତ କିଛି ଦିନ ତଳେ ଅକ୍ଷୟ କୁମାର ଗୁଲସନ କୁମାରଙ୍କ ବାୟୋପିକ ଫିଲ୍ମ ପାଇଁ ଚୁକ୍ତି କରିଥିଲେ । ସୂଚନା ମୁତାବକ ଅକ୍ଷୟ ଏବେ ଫିଲ୍ମରୁ ବାହାରି ଆସିଛନ୍ତି ଏବଂ ଚୁକ୍ତି କରିଥିବା ଆମାଉଂଟ ମଧ୍ୟ ଫେରାଇ ଦେଇଛନ୍ତି । ତେବେ ସଲମାନ ତାଙ୍କ ସ୍ଥାନ ନେଇପାରନ୍ତି ବୋଲି ଶୁଣିବାକୁ ମିଳିଛି । ଖବର ଅନୁସାରେ ତାରିଖ ଯୋଗୁଁ ଅକ୍ଷୟ ଫିଲ୍ମକୁ ଛାଡ଼ି ଦେଇଛନ୍ତି ।

ତାରିଖ ହେଉ କିମ୍ବା ଗୁଲସନଙ୍କ ସହିତ ଯୋଡ଼ି ହୋଇ ରହିଥିବା ବିବାଦ ପାଇଁ ଅକ୍ଷୟ ଏଭଳି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଶୁଣିବାକୁ ମିଳିଛି । ଅକ୍ଷୟଙ୍କ ପରିବର୍ତ୍ତେ ଆମୀର ଏହି ସ୍ଥାନ ନେବେ ବୋଲି ମଧ୍ୟ ଖବର ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ସଲମାନଙ୍କ ନାଁ ସାମ୍ନାକୁ ଆସିଛି ।

ଅକ୍ଷୟ କୁମାର ଏବେ ଫିଲ୍ମ କେସରୀ ଏବଂ ଗୋଲ୍ଡରେ ବ୍ୟସ୍ତ ଅଛନ୍ତି । ସଲମାନ ମଧ୍ୟ ରେସ ଥ୍ରିରେ ବ୍ୟସ୍ତ ଅଛନ୍ତି । ତେବେ ଦେଖାଯିବ କିଏ ମୁଗଲ ଫିଲ୍ମରେ ଗୁଲସନ କୁମାରଙ୍କ ଚରିତ୍ରରେ ନଜର ଆସିବେ ।