ଆଜିର ଶ୍ରବଣ କୁମାର ! ମା’ ବାପାଙ୍କୁ କାନ୍ଧରେ ବସାଇ ୨ଶହ କିଲୋମିଟର କଲେ କାଉଡି ଯାତ୍ରା ।

191

ପିତା ମାତା ତାଙ୍କ ପିଲାମାନଙ୍କୁ ଢେର ସାରା ଭଲପାଇବା, ସ୍ନେହ, ଶ୍ରଦ୍ଧା ଦେଇ ବଡ କରିଥାନ୍ତି । ଆଉ ସେଇ ପିଲା ଏବେ ବଡ ହୋଇ ବାପା ମା’ଙ୍କୁ ଘରୁ ବାହାର କରିଦାବେ ସହ ଅନେକ ପ୍ରକାର ନିର୍ଜାତନା ଦେଉଛନ୍ତି । ପୂର୍ବ ଯୁଗରେ ଶ୍ରବଣ କୁମାରଙ୍କ କଥାତ ଆପଣମାନେ ନିଶ୍ଚୟ ଶୁଣିଥିବେ । କିନ୍ତୁ ଆଜିକାଲି ଯୁଗରେ ବାପା ମା’ଙ୍କ ପ୍ରତି ଏପରି ଭଲପାଇବା ଖୁବ କମ ଦେଖିବାକୁ ମିଳିଥାଏ । ଠିକ ଶ୍ରବଣ କୁମାରଙ୍କ ଭଳି ବାପା ମା’ଙ୍କ ପ୍ରତି ଥିବା ଭଲପାଇବା ଦେଖିବାକୁ ମିଳିଛି ହରିଆଣାର ପଲବଲ ଅଞ୍ଚଳରେ । ଚାରି ଭାଇ ତାଙ୍କ ବୁଢା ପିତା ମାତାଙ୍କୁ କାନ୍ଧରେ ବସାଇ ମାନସିକ ପୁରା କରିବା ପାଇଁ ବୋଲବମ ଯାତ୍ରାରେ ବହାରି ପଡିଛନ୍ତି ।

ସେ ଏହି ଯାତ୍ରା ହରିଦ୍ୱାର ଠାରୁ ଆରମ୍ବ କରିଛନ୍ତି । ଚାରି ଭାଇଙ୍କର ବହୁ ବର୍ଷରୁ ଗୋଟିଏ ମାନସିକ ଥିଲା, ବାପା ମାଙ୍କୁ ଧରି କାଉଁଡି ଯାତ୍ରାରେ ଯିବା ପାଇଁ । ଆଉ ଆଜି ଚାରି ଭାଇଙ୍କର ସ୍ୱପ୍ନ ପୁରା ହୋଇଛି । ଏହି ଚାରି ଭାଇ ବାହୁଙ୍ଗି ଯାତ୍ରା ହରିଦ୍ୱାରର ନୀଳକଣ୍ଠଙ୍କ ଠାରୁ ଆରମ୍ଭ କରି ପଞ୍ଚକୁଳାରେ ଥିବା ମନସା ଦେବୀଙ୍କ ନିକଟକୁ ଯିବେ । ତେବେ ନୀଳକଣ୍ଠଙ୍କ ଠାରୁ ମନସା ଦେବୀଙ୍କ ମନ୍ଦିର ପ୍ରାୟ ୨୦୦ କିଲୋମିଟର ହୋଇଥିବା ବେଳେ ଚାରି ଭାଇ ଏହାକୁ ପାଦରେ ଚାଲି ଚାଲି ପୁରା କରିବେ ବୋଲି ନିଷ୍ପତି ନେଇଛନ୍ତି ।

ଚାରି ଭାଇଙ୍କ କହିବା ଅନୁସାରେ, ଲୋକମାନଙ୍କ ମନରେ ପିତା ମାତାଙ୍କ ପ୍ରତି ଥିବା ଭଲପାଇବାକୁ ଯାଗୃତ କରିବା ପାଇଁ ସେ ଏପରି କାମ କରିଛନ୍ତି । ଆଜି କାଲି ପିଲାମାନେ ତାଙ୍କ ପିତା ମାତାଙ୍କୁ ଆଡ ଆଖିରେ ବି ଅନାଉ ନାହାଁନ୍ତି । ସେମାନଙ୍କୁ ବାପା ମା’ଙ୍କ ମହତ୍ୱ ବୁଝାଇଦେବା ପାଇଁ ଏପରି କରିଛନ୍ତି ବୋଲି କହିଛନ୍ତି ଚାରି ଭାଇ । ବାପା ମା’ଙ୍କ ପ୍ରତି ଏପରି ଭଲପାଇବା ଦେଖି ଏହି ଚାରି ଭାଇ ଏବେ ଏକ ଚର୍ଚ୍ଚାର ବିଷୟ ପାଲଟିଯାଇଛନ୍ତି । ସୋଶିଆଲ ମିଡିଆରେ ସେମାନଙ୍କ ଫଟୋ କାଫି ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଚାରି ଭାଇଙ୍କୁ ଆଜିର ଶ୍ରବଣ କୁମାର ବୋଲି କହିବା ସହ ଏମାନଙ୍କର ଘୁରି ଘୁରି ପ୍ରଶନ୍ସା କରୁଛନ୍ତି ।