ପାଶବିକତାର ସୀମା ଟପିଲା ମଣିଷ ! ୮ ଜଣ ସଇତାନ ମିଶି ଛେଳି ସହ କଲେ ଗ୍ୟାଙ୍ଗରେପ୍ , ନିରୀହର ହେଲା ମୃତ୍ୟୁ ।

64

ମହିଳାଙ୍କ ପ୍ରତି ଦୁଷ୍କର୍ମ ହେବା ଖବର ଆପଣ ଜାଣିଥିବେ । କିନ୍ତୁ ଛେଳି ବି ଦୁଷ୍କର୍ମର ଶିକାର ହୋଇପାରନ୍ତି ଆଉ ସେ ବି ପୁଣି କୌଣସି ମଣିଷ ଦ୍ୱାରା, କଥାଟା ଯେତିକି ଅଜବ ଲାଗୁଛି ସେତିକି ମଧ୍ୟ ଆଶ୍ଚର୍ୟ୍ୟକର । ତେବେ ମନୁଷ୍ୟର ଏଭଳି ଘୃଣ୍ୟ କାର୍ୟ୍ୟକୁ ଆମେ କାମୁକତାର ଭୟାନକ ରୂପ କହିବା ନା ମାନସିକ ବିକାର ନା ଯୌନ କ୍ଷୁଧାର ମାୟାଜାଲ । ଏଭଳି ଏକ ଲଜ୍ଜାଜନକ ଘଟଣା ହରିଆଣାରେ ଆଲୋଡନ ସୃଷ୍ଟି କରିଛି । ଯେଉଁଠି ୮ ଜଣ ସଇତାନ ମିଶି ଏକ ଛେଳିକୁ ଅପ୍ରାକୃତିକ ପ୍ରକ୍ରିୟାରେ ଦୀର୍ଘ ସମୟ ଧରି ଦୁଷ୍କର୍ମ କରିଥିଲେ । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ନୀରିହ ଜୀବଟି ମରିଯାଇଥିଲା ।

ଏଭଳି ଏକ ଘଟଣା ଘଟିଛି ହରିଆଣାର ମେବାତ୍ ଅଞ୍ଚଳର ମରୋଡା ନାମକ ଗ୍ରାମରେ । ଯେଉଁଠି ମହିଳା ନୁହଁ ଏବେ ପଶୁଙ୍କ ଇଜ୍ଜତ ଉପରେ ମଧ୍ୟରେ ସଇତାନଙ୍କ ନଜର ପଡିଲାଣି । ଯେତେବେଳେ ଏହି ମାମଲା ଗାଁ ଲୋକଙ୍କ ଆଗକୁ ଆସିଲା ଲୋକମାନେ ୩ ଜଣକୁ ଉତ୍ତମମଧ୍ୟମ ଦେଇ ଥାନାରେ ଦେଇଥିଲେ । ତେବେ ୨୫ ଜୁଲାଇରେ ୮ ଜଣ ଦୁର୍ବୃ୍ତ ମିଶି ମଦନିଶାରେ ଛେଳିକୁ ପାଖ ଜଙ୍ଗଲକୁ ନେଇ ଅପ୍ରାକୃତିକ ପ୍ରକ୍ରିୟାରେ ଦୁଷ୍କର୍ମ କରିଥିଲେ । ଛେଳିଟି ଦୁଇମାସର ଗର୍ଭବତୀ ଥିବାରୁ ଏଭଳି ଅସହ୍ୟ ଯନ୍ତ୍ରଣାକୁ ସହ୍ୟ କରିପାରିନଥିଲା ଏବଂ ପରଦିନ ମୃତ୍ୟୁ ବରଣ କରିଥିଲା । ଛେଳି ମାଲିକର ଏଫଆଇଆର୍ ଅନୁସାରେ ୮ ଜଣ ଦୁର୍ବୃତଙ୍କୁ ପୋଲିସ୍ ଗିରଫ କରିଛି ।