ରୁଷି ଥିବା ଲୋକଙ୍କୁ ହସାଇବା ପାଇଁ ଆରମ୍ଭ କରିଥିଲେ “ସ୍ମାଇଲିଂ ଫେସ୍ ଇମୋଜି”! ଏଭଳି ହୋଇଥିଲା ଲୋକପ୍ରିୟ ।

48

ବନ୍ଧୁ ହୁଅନ୍ତୁ ଅବା ବାନ୍ଧବୀ କେହି ଋଷିଥିଲେ ତାଙ୍କୁ ମନାଇବା ପାଇଁ କେତେ ଲୋକ କେତେ ପ୍ରକାରର ଟ୍ରିକ୍ ବ୍ୟବହାର କରିଥାନ୍ତି । ଫେସବୁକ୍ ଏବଂ ହ୍ୱାଟସଆପ୍ ଭଳି ସୋସିଆଲ ମିଡିଆରେ ଆପଣ ବିଭିନ୍ନ ସମୟରେ ସ୍ମାଇଲିଂ ଇମୋଜିକୁ ସେୟାର୍ କରିଥିବେ । କିନ୍ତୁ କେବେ ଚିନ୍ତା କରିଛନ୍ତି ଯେ ଏଭଳି ଇମୋଜିକୁ କିଏ ଏବଂ କେବେ ବାହାର କରିଥିଲେ । ଯଦି ଜାଣିନାହାନ୍ତି ତେବେ ଆମେ ଆଜି ଆପଣଙ୍କୁ ଏହି ଲୋକପ୍ରିୟ ବ୍ୟକ୍ତିଙ୍କ କଥା କହିବାକୁ ଯାଉଛୁ । ଏହି ସ୍ମାଇଲିଂ ବଲକୁ ଆମେରିକାର ହାର୍ବି ରୋସ୍ ବଲ୍ ପ୍ରସ୍ତୁତ କରିଥିଲେ । ୧୦ ଜୁଲାଇ ଅର୍ଥ ଆଜିର ତାରିଖରେ ଯେତେବେଳେ ହାର୍ବି ଏହି ସ୍ମାଇଲିଂ ବଲକୁ ପ୍ରସ୍ତୁତ କରିଥିଲେ ସେ ନିଜେ ମଧ୍ୟ ଜାଣି ନଥିଲେ ଯେ ଏହା ଏତେ ଲୋକପ୍ରିୟ ହେବ ।

ଏଭଳି ପ୍ରସ୍ତୁତ ହୋଇଥିଲା ସ୍ମାଇଲିଂ ବଲ୍ : ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ,୧୯୬୩ ମସିହାରେ ହାର୍ବି ବିଜ୍ଞାପନ ଏବଂ ପିଆର୍ ଏଜେନ୍ସୀରେ କାମ କରୁଥିଲେ । ଏଭଳି ସମୟରେ ଷ୍ଟେଟ୍ ମ୍ୟୁଚୁଆଲ୍ ଲାଇଫ୍ ଇନ୍ସୋରାନ୍ସ କମ୍ପାନୀ ଅଫ୍ ଆମେରିକା ହାର୍ବିଙ୍କ ଆଗକୁ ଏକ ସମସ୍ୟା ନେଇ ଆସିଲେ ।
ବାସ୍ତବ କଥା ହେଉଛି ସେତେବେଳେ କମ୍ପାନୀ ଅନ୍ୟ ଏକ କମ୍ପାନୀ ସହ ପାର୍ଟନରସିପ୍ କରିଥିଲେ । ଯେଉଁଥିପାଇଁ ଉକ୍ତ ଅଫସର କର୍ମଚାରୀ ଉପରୋକ୍ତ ଅଫିସରଙ୍କ ଉପରେ ଖପ୍ପା ଥିଲେ ଏବଂ ସଠିକ୍ ଢଙ୍ଗରେ କାମ କରୁନଥିଲେ । ଯାହା କମ୍ପାନୀର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ଏହି ସମସ୍ୟାର ସମାଧାନ କରିବାକୁ ଯାଇ ହାର୍ବି ସ୍ମାଇଲିଂ ବଲ୍ ଫେସର ତିଆରି କଲେ । ଯେଉଁଥିପାଇଁ ତାଙ୍କୁ ୪୫ ଡଲାର ମିଳିଥିଲା । ତେବେ ରୁଷିଥିବା କର୍ମଚାରୀଙ୍କୁ ମନାଇବାକୁ ତିଆରି କରାଯାଇଥିବା ଏହି ସ୍ମାଇଲିଂ ଫେସ୍ ବଲ୍ ପରମୁହୂର୍ତ୍ତରେ ଖୁବ୍ ଲୋକପ୍ରିୟ ହୁଏ । ତେବେ ୧୯୭୧ ମସିହାରେ ୫ କୋଟି ସ୍ମାଇଲିଂ ଫେସ୍ ବଲର ବିକ୍ରି କରାଯାଇଥିଲା ।

ତେବେ ଏହି ସ୍ମାଇଲିଂ ଫେସ୍ ବଲର ଉଦ୍ଭାବକ ହାର୍ବି ରୋସ୍ ବଲ୍ ୨୦୦୧ ମସିହା ୭୯ ବୟସରେ ଇହଧାମ ତ୍ୟାଗ କରିଥିଲେ । କିନ୍ତୁ ତାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସ୍ମାଇଲିଂ ବଲ୍ ଏ ପର୍ଯ୍ୟନ୍ତ ଲୋକଙ୍କୁ ମନେଇବାରେ କାମରେ ଆସୁଛି ।