ପରିଚୟ ଲଢେଇରେ ଅପରାଜେୟ ! ଜଣେ କିନ୍ନରଙ୍କ ସଫଳ କାହାଣୀ

42

କଳକି ସୁବ୍ରମଣ୍ୟମ ନାମକ ଏହି କିନ୍ନର ମହିଳା ଜଣକ ଆଜି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ନିଜ ଅସ୍ତିତ୍ୱ ପାଇଁ ଲଢେଇ କରୁଥିବା ଏହି ମହିଳା ଜଣଙ୍କ ନିଜ ଲଢୁଥିବା ମିଶନରେ ସଫଳତା ପାଇଥିଲେ ଯେତେବେଳେ ୨୦୧୫ ମସିହାରେ ଭାରତ ସରକାର ସମସ୍ତ କିନ୍ନର ମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ଦେଇଥିଲେ ।

କଳକି ସୁବ୍ରମଣ୍ୟମ ଏକାଧାରରେ ଜଣେ ଲେଖିକା, ସାମ୍ବାଦିକା, ଅଭିନେତ୍ରୀ ହେବା ସହିତ ଭାରତର ସୁନାମଧନ୍ୟ ସାମାଜିକ କର୍ମୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ସେ ନିଜେ ଜଣେ କିନ୍ନର ହୋଇ ମଧ୍ୟ ନିଜ ସଂପ୍ରଦାୟ ପାଇଁ ବହୁତ ଗୁଡାଏ କାମ କରିଛନ୍ତି । ଏବେ ସଫଳତାର ଆଉ ଏକ ସିଡି ସେ ଚଢିଛନ୍ତି ।

କଳକି ଏବେ ବିଶ୍ୱ ପ୍ରସିଦ୍ଧ ହାୱାର୍ଡ ବିଶ୍ୱବିଦ୍ୟାଳୟରେ ବକ୍ତା ଭାବରେ ଆମନ୍ତ୍ରିତ ହୋଇଛନ୍ତି । ହାୱାର୍ଡ ବିଜନେସ ସ୍କୁଲ ଏବଂ ହାୱାର୍ଡ କେନେଡି ସ୍କୁଲରେ ହେବାକୁ ଥିବା ଦୁଇଦିନିଆ କର୍ମଶାଳାରେ ନିଜର ଅଭିଜ୍ଞତା ସାରା ଦୁନିଆକୁ ନିଜର ବକ୍ତବ୍ୟ ମାଧ୍ୟମରେ ଜଣାଇବେ କଳକି ।

ଏହି କର୍ମଶାଳାରେ ଏହା ପୂର୍ବରୁ କଂଗ୍ରେସ ନେତା ଶଶି ଥରୁର, ପ୍ରଖ୍ୟାତ ଅଭିନେତା କମଲ ହାସନ ଭଳି ବଡ ବଡ ବିଜ୍ଞଲୋକ  କାର୍ଯ୍ୟକ୍ରମରେ ସାମିଲ ହୋଇ ସାରିଛନ୍ତି । କଳକିଙ୍କର କହିବା କଥା ହେଲା ମୋତେ ଏମିତି ଏକ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ଏବଂ ମୋତେ କିନ୍ନର ମାନଙ୍କ ସମ୍ବନ୍ଧରେ କହିବାକୁ ସୁଯୋଗ ମଧ୍ୟ ମିଳିପାରିଛି ଯାହାଦ୍ୱାରା ମୁଁ କିନ୍ନରଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ ପୁରା ଦୁନିଆ ସମ୍ନାରେ ରଖିପାରିବି ।

କଳକି ମାସ କମ୍ୟୁନିକେଶନ୍ ଏବଂ ଇଂଟରନ୍ୟାସନଲ ରିଲେସନରେ ଡବଲ ଏମ.ଏ କରିଛନ୍ତି । ଭାରତର ପ୍ରଥମ କିନ୍ନର ସ୍କୁଲର ଉଦଘାଟନ ମଧ୍ୟ କରିଛନ୍ତି କଳକି । “ସହଜ’ ନାମରେ ନାମିତ ଏହି ସ୍କୁଲରେ  କିନ୍ନର ମାନଙ୍କୁ ଶିକ୍ଷାଦାନ ଦିଆଯାଇଥାଏ, ଯେଉଁମାନେ କୈାଣସି କାରଣବଶତଃ ନିଜର ପାଠପଢାକୁ ଅଧାରୁ ଛାଡିଦେଇଥାନ୍ତି । କଳକିଙ୍କର ହାଓାର୍ଡ ବିଶ୍ୱବିଦ୍ୟାଳକୁ ନିମନ୍ତ୍ରିତ ହେବା ଘଟଣା ସମସ୍ତଙ୍କ ପାଇଁ ଗର୍ବର ବିଷୟ ଅଟେ ।