ବୟସ ୧୪,ରୋଜଗାର ୫କୋଟି ! କୁନି ବୈଜ୍ଞାନିକ ହର୍ଷବର୍ଦ୍ଧନଙ୍କ ଚମକ ଛାଇଲା ଭାଇବ୍ରାଂଟ୍ ଗୁଜରାଟ ସମ୍ମିଳନୀରେ

85

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ୍ ଇନ୍ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବା ପାଇଁ ଗୁଜରାଟ ସରକାରଙ୍କ ତରଫରୁ ଆୟୋଜିତ ହୋଇଯାଇଛି “ଭାଇବ୍ରାଂଟ୍ ଗୁଜରାଟ ସମ୍ମିଳନୀ’“ଭାଇବ୍ରାଂଟ୍ ଗୁଜରାଟ ସମ୍ମିଳନୀ’ର ଆକର୍ଷଣ ପାଲଟିଛନ୍ତି ୧୪ ବର୍ଷର ବାଳକ ହର୍ଷବର୍ଦ୍ଧନ ଜାଲା ।

ଡ୍ରୋନ୍ ତିଆରି କରିବା ପାଇଁ ସେ ଗୁଜରାଟ ସରକାରଙ୍କ ସହିତ ୫ କୋଟି ଟଙ୍କାର ଏମଓୟୁ ସ୍ୱାକ୍ଷର କରିଛନ୍ତି । ଲ୍ୟାଣ୍ଡମାଇନକୁ ଚିହ୍ନଟ୍ କରି ତାହାକୁ କେମିତି ଭାବରେ ଅଚଳ କରିହେବ ତା’ପାଇଁ ଡ୍ରୋନ୍ ତିଆରି କରିଛନ୍ତି ଏହି ବିସ୍ମୟ ବାଳକ । ହର୍ଷବର୍ଦ୍ଧନ ଏହି ଡ୍ରୋନରର ତିନୋଟି ନମୁନାକୁ ପ୍ରଦର୍ଶନ କରିଛନ୍ତି । ୨୦୧୬ ମସିହାରେ ସେ ଏହି ଡ୍ରୋନରର ନମୁନା ନିର୍ମାଣ କରିବା ଆରମ୍ଭ କରିଥିଲେ ।

ହର୍ଷବର୍ଦ୍ଧନଙ୍କ କହିବା ମୂତାବକ ସେ ଟିଭିରୁ ଜାଣୁଥିଲେ ଯେ,ସୈନିକମାନେ ଲ୍ୟାଣ୍ଡମାଇନକୁ ଅଚଳ କରୁଥିବା ବେଳେ ବିସ୍ପୋରଣ ଯୋଗୁଁ ଅନେକ ଗୁରୁତର ଆହତ ହୋଇଥାନ୍ତି । ଏହି ନମୁନା ଡ୍ରୋନ୍ ପ୍ରସ୍ତୁତ କରିବା ପାଇଁ ପାଂଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି । ତୃତୀୟ ଡ୍ରୋନର ନମୁନା ନିର୍ମାଣ କରିବା ବେଳେ ରାଜ୍ୟ ସରକାରଙ୍କ ଠାରୁ ସେ ୩ ଲକ୍ଷ ଟଙ୍କାର ସହାୟତା ପାଇଥିଲେ ।

ଭୂମିଠାରୁ ଦୁଇ ଫୁଟ ଉପରେ ଉଡୁଥିବା ବେଳେ ଏହି ଡ୍ରୋନ୍ ଆଠବର୍ଗ ମିଟର ଅଂଚଳ ଉପରେ ନଜର ରଖିପାରିବ । ଡ୍ରୋନର ଏକ ୫୦ ଗ୍ରାମର ବୋମା ରହିଛି, ଯାହା ଲ୍ୟାଣ୍ଡମାଇନକୁ ନଷ୍ଟ କରିପାରିବ ।