ସମୁଦ୍ରରେ ଚାଲୁଥିବା ସୌଖିନ୍ ସହର ! ବିଶ୍ୱର ବୃହତ୍ତମ ଏବଂ ବିଳାସପୂର୍ଣ୍ଣ ଜାହାଜ ‘ହାର୍ମୋନୀ ଅଫ୍ ସି’

88

HM-Aerials-June2016-598କନକ ବ୍ୟୁରୋ : ଜାହାଜ ଆପଣ ବୋହୁତ ଦେଖିଥିବେ । ହେଲେ ଆଜି ଆମେ ଏମିତି ଏକ ଜାହଜ ଆପଣଙ୍କୁ ଦେଖାଇବୁ ଯାହା ସ୍ୱର୍ଗ ଠାରୁ କିଛି କମ୍ ନୁହେଁ । ଏହି ଜାହଜ ବିଶ୍ୱର ସବୁଠାରୁ ବଡ ଜାହଜ । ହାର୍ମୋନୀ ଅଫ୍ ସି ନାମରେ ପରିଚିତ ଏହି ଜାହାଜକୁ ପାଣିରେ ଚାଲୁଥିବା ସହର ବୋଲି ମଧ୍ୟ କୁହାଯାଏ ।

ଭାସମାନ ସହର ‘ହାର୍ମୋନୀ ଅଫ୍ ସି’ । ବିଶ୍ୱର ସବୁଠାରୁ ବଡ ଜାହାଜ । ଫ୍ରାନ୍ସରେ ନିର୍ମିତ ହୋଇଛି ଏହି ବିଳାସପୂର୍ଣ୍ଣ ଜାହାଜ । ଯାହାର ମଜା ଉଠାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସ୍ୱପ୍ନ ଦେଖିଥାନ୍ତି । ଏହି ଜାହାଜକୁ ଯୁକ୍ତରାଷ୍ଟ୍ରୀୟ କମ୍ପାନୀ ରୟାଲ୍ କେରାବିୟାନ୍ କ୍ରୁଜେସ୍ ଲିମିଟେଡ୍ ପାଇଁ ପ୍ରସ୍ତୁତ କରାଯାଇଛି । ଏହି ଜାହାଜର ରହିଛି ଅନେକ ବିଶେଷତ୍ୱ ।

ହାର୍ମୋନୀ ଅଫ୍ ସି
– ଏହାର ଉଚ୍ଚତା ୩୬୧ ମିଟର । ଯାହା ଏଫିଲ୍ ଟାୱାର୍ ଠାରୁ ବି ଉଚ୍ଚା

– ଥରକେ ୮,୫୦୦ ଯାତ୍ରୀ ଏଥିରେ ଯାତ୍ରା କରି ପାରିବେ

– ଏହା ପାଣିରେ ୪୦ କି.ମି. ପ୍ରତି ଘଂଟାରେ ଚାଲିଥାଏ

– ‘ଆର୍ସିସିଏଲ୍’ର ମୁଖ୍ୟ ରିଚର୍ଡ ଫେନ୍ଙ୍କ ମୁତାବକ – ଏହି ଦୁନିଆର ସବୁଠାରୁ ବଡ ଓ ଦାମୀ ପର୍ଯ୍ୟଟନ ଜାହାଜ

– ଏହାକୁ ନିର୍ମାଣ କରିବା ପାଇଁ ଦେଢ ମିଲିଅନ୍ ଡଲାର୍ ବ୍ୟୟ କରାଯାଇଛି

– ଜାହାଜକୁ ନିର୍ମାଣ କରିବାରେ ନିୟୋଜିତ ହୋଇଥିଲେ ୨୫୦୦ କର୍ମୀ

– ଏହାର ନିର୍ମାଣ ୨୦୧୩ରେ ଆରମ୍ଭ ହୋଇ ୨୦୧୬ରେ ଶେଷ ହୋଇଥିଲା

– ୨,୭୪୭ଟି ଗେଷ୍ଟ ରୁମ୍ ରହିଛି ଏହି ଜାହାଜରେ

– ୨୦ ରେଷ୍ଟୁରାଁଟ୍, ୨୩ ଟି ସ୍ୱିମିଂପୁଲ୍ ରହିଛି ଏହି ଜାହାଜରେ

– ୩୧୦୦ କ୍ରୁ ମେମ୍ବର୍ ଏହି ଜାହାଜରେ କାମ କରିଥାନ୍ତି

ଏହି ଜାହାଜରେ ରହିଛି ବିଭିନ୍ନ ପ୍ରକାର ମନୋରଂଜନ ଦାୟକ ଗେମ୍ । ଏଠି ରହିଛି କ୍ଲବିଂ ୱାଲ୍, ରୋପ୍ ସ୍ଲାଇଡିଂ, ମିନି ଗଲ୍ଫ, କସିନୋ, ୧୪ଶହ ସିଟ୍ ବିଶିଷ୍ଟ ଥିଏଟର୍ ଛଡା ଅନେକ ସୁବିଧା ଉପଲବ୍ଧ ରହିଛି । ଏହି ଜାହାଜରେ ରହିଛନ୍ତି ୨ ଟି ରୋବର୍ଟ, ଯେଉଁମାନେ ବାୟୋନିକ୍ ବାର୍ରେ ଯାତ୍ରୀମାନଙ୍କୁ ପାନୀୟ ଯୋଗାନ୍ତି । ଟାଇଟାନିକ୍ ଠାରୁ ଓଜନରେ ବଡ ‘ହାର୍ମୋନୀ ଅଫ୍ ସି’ । ଏହି ଜାହାଜ ନିଜ ଭଳି ଦୁଇଟି ବଡ ଜାହାଜ ତୁଳନାରେ ୨୦ ପ୍ରତିଶତ କମ୍ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ କରିଥାଏ । ଏହାସହ ଏହି ଜାହାଜରେ ରହିଛି ଏକ ସେଂଟ୍ରାଲ୍ ପାର୍କ । ଯେଉଁଥିରେ ୧୨,୦୦୦ ବୃକ୍ଷରୋପଣ କରାଯାଇଛି । ସେଥିପାଇଁ ‘ହାର୍ମୋନୀ ଅଫ୍ ସି’କୁ ପରିବେଶ ଅନୁକୂଳ ବୋଲି ଗ୍ରହଣ କରାଯାଉଛି ।