ରାତିରେ କେଶ ସଫା କରୁଛନ୍ତି କି ! ସାବଧାନ . . . ହୋଇପାରେ କ୍ଷତିକାରକ

44

କିଛି ମହିଳା ସକାଳ ସମୟରେ ଗାଧୋଇବାକୁ ପସନ୍ଦ କରୁଥିବା ବେଳେ କିଛି ମହିଳା ରାତିରେ ଗାଧୋଇବାକୁ ପସନ୍ଦ କରିଥାଆନ୍ତି । ଆଉ କିଛି ମହିଳା ଏମିତି ବି ଅଛନ୍ତି ଯେଉଁମାନେ କି ଉଭୟ ସକାଳ ଓ ସନ୍ଧ୍ୟାରେ ମଧ୍ୟ ଗାଧୋଇବାକୁ ପସନ୍ଦ କରିଥାଆନ୍ତି ।

ତେବେ, କିଏ ଓ କେତେବେଳେ ଗାଧୋଇବାକୁ ପସନ୍ଦ କରୁଛନ୍ତି ସେଇଟା ମୁଖ୍ୟ ପ୍ରସଙ୍ଗ ନୁହେଁ । ମୁଖ୍ୟ ପ୍ରସଙ୍ଗ ହେଲା ଆପଣ କେଉଁ ସମୟରେ କେଶ ସଫା କରିବାକୁ ବେଶି ପସନ୍ଦ କରନ୍ତି । ଯଦି ଆପଣ ରାତିରେ କେଶ ସଫା କରିବାକୁ ଭଲ ପାଆନ୍ତି ତେବେ ଏହା ଆପଣଙ୍କ କେଶ ପାଇଁ କ୍ଷତିକାରକ ହୋଇଥାଏ । କେମିତି ? ଆସନ୍ତୁ ଜାଣିବା –

କିଛି ମହିଳା ସକାଳର ସ୍ୱଳ୍ପ ସମୟକୁ ବଂଚାଇବା ଉଦ୍ଦେଶ୍ୟରେ ରାତିରେ ହିଁ କେଶ ସଫା କରି ଦିଅନ୍ତି । କିନ୍ତୁ ବୋଧହୁଏ ଆପଣ ଜାଣି ନାହାଁନ୍ତି , ଏହା କରିବା ଆପଣଙ୍କ କେଶପାଇଁ ହୋଇପାରେ କେତେ କ୍ଷତିକାରକ ! ଏକ ଗବେଷଣାରୁ ଯାହା ସୂଚନା ମିଳିଛି, ରାତି ସମୟରେ କେଶ ଧୋଇବା ଦ୍ୱାରା ଅଧିକ ପରିମାଣରେ କେଶ ଝଡିଥାଏ । କାରଣ ରାତିରେ କେଶ ଧୋଇବା ଦ୍ୱାରା ଏହା ଭଲ ଭାବରେ ଶୁଖି ନ ଥାଏ ଏବଂ ଓଦା ରହିବା ଯୋଗୁଁ ଏହାର ମୂଳ ଅତ୍ୟନ୍ତ ନରମ ହୋଇଯାଇ ଥାଏ ଯାହା ଫଳରେ ଅଧିକ ପରିମାଣରେ କେଶ ଝଡିଥାଏ ।

ଯଦି ଆପଣ ଓଦା କେଶରେ ଶୁଅନ୍ତି କିମ୍ବା ଶୋଇବା ସମୟରେ ବାରମ୍ବାର କଡ ନେଉଟାଇବା ଦ୍ୱାରା ଶୁଖିଲା କେଶ ଝଡିବା ଅପେକ୍ଷା ଓଦା କେଶରେ ଅଧିକ ମାତ୍ରାରେ କେଶ ଝଡିଥାଏ । ଏହା ବ୍ୟତିତ,କେଶକୁ ରାତିରେ ଧୋଇବା ଦ୍ୱାରା ଆଉ ଏକ ସମସ୍ୟା ଦେଖାଦେଇଥାଏ । ଯଦି ଆପଣଙ୍କ କେଶ ସଂପୂର୍ଣ୍ଣ ଭାବରେ ଶୁଖି ନ ଥାଏ ତେବେ ଆପଣ କରିଥିବା ହେୟାର ଷ୍ଟାଇଲ ଖରାପ ହୋଇଯିବାର ଅଧିକ ସମ୍ଭାବନା ଦେଖା ଦେଇଥାଏ ।

ତେବେ ଏହାର ଗୋଟିଏ ମାତ୍ର ଉପାୟ ହେଲା, ଯଦି ଆପଣ ରାତିରେ କେଶ ଧୋଉଛନ୍ତି ତାହାହେଲେ ତାକୁ ଭଲଭାବରେ ଶୁଖାଇବା ପୂର୍ବରୁ ଶୁଅନ୍ତୁ ନାହିଁ ।