ଏହି ପ୍ରକାର ତେଲରେ କରନ୍ତୁ ନାହିଁ ରୋଷେଇ : କର୍କଟ ରୋଗର ଶିକାର ହୋଇପାରନ୍ତି

57

ଥରେ ରୋଷେଇ ପରେ ବଳକା ତେଲକୁ ଅନେକ ଲୋକ ଆଉ ଥରେ ରୋଷେଇରେ ବ୍ୟବହାର କରିଥାନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତି କାରକ ହୋଇପାରେ । ଏହି ପୋଡା ତେଲକୁ ପୁଣି ବ୍ୟବହାର କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ । ଏହାଦ୍ୱାରା କ୍ୟାନସର ହେବାର ସମ୍ଭାବନା ଥାଏ । କାରଣ ତେଲକୁ ଅନେକ ଥର ଗରମ କରିବା ଦ୍ୱାରା ଏଥିରେ କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ ସୃଷ୍ଟି ହୁଏ ।

ଏମିତି ହୋଇଥାଏ ପୋଡା ତେଲରେ କ୍ୟାନସରର ବିପଦ –
ବାସ୍ତବିକ୍ , ପୋଡା ତେଲରେ ଧିରେ ଧିରେ ଫ୍ରି ରେଡିକଲ୍ସର ତିଆରି ହେବାକୁ ଲାଗେ । ଏବଂ ଏହି ରେଡିକଲ୍ସ ବାହାରିବାରେ ତେଲରେ ଆଣ୍ଟି ଅକ୍ସିଡେଂଟର ମାତ୍ରା ସରିଯାଏ । ଏହି ତେଲ ସରୀରରେ କୋଲେଷ୍ଟ୍ରାଲର ସ୍ତରକୁ ବଢାଇଥାଏ । ଖାଲି ଏତିକି ନୁହେଁ ଏହାର ସେବନରେ ଏସିଡିଟି ଓ ହୃଦରୋଗ ବି ହୋଇପାରେ ।

ଏଣୁ ରୋଷେଇ ବେଳେ ଆପଣ ସାବଧାନ ହେବା ଜରୁରି । ପୋଡା ତେଲକୁ ବରଂ ବାହାରେ ଢାଳି ଦିଅନ୍ତୁ , କିନ୍ତୁ ଲୋଭର ବଶବର୍ତ୍ତୀ ହୋଇ ଏମିତି ଭୁଲ୍ କରନ୍ତୁ ନାହିଁ । ଆଉ ଥରେ ରୋଗଗ୍ରାସ କଲେ ବିପଦରେ ପଡିପାରନ୍ତି ଆପଣ । ଆଉ ମଧ୍ୟ ବାହାର ହୋଟେଲର ଖାଦ୍ୟକୁ ମଧ୍ୟ ଦୂର କରନ୍ତି । କାରଣ ପୋଡା ତେଲ ଅନେକ ଦୋକାନୀ ବ୍ୟବହାର କରିଥାନ୍ତି ।

(ସୌଜନ୍ୟ-ଅମର ଉଜାଲା)