ଭାରତରେ ମହିଳା ସୁରକ୍ଷିତ ! ଏଭଳି ବାର୍ତ୍ତା ନେଇ ଭୁବନେଶ୍ୱରରେ ପହଞ୍ଚିଛନ୍ତି ହାର୍ଲି ଡେଭିଡସନର ୭ ଜଣିଆ ମହିଳା ବାଇକର ଟିମ୍

46

କନକ ବ୍ୟୁରୋ : ୧୪ ଦିନର ଯାତ୍ରା, ଛଅ ହଜାର କିଲୋମିଟର ଏବଂ ୧୨ଟି ସହର । ଏଭଳି ଲକ୍ଷ୍ୟ ନେଇ ବାହାରିଛନ୍ତି ହାର୍ଲି ଡେଭିଡସନର ସାତଜଣ ମହିଳା ବାଇକର । ଯେଉଁ ଭାରତ ବର୍ଷରେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି ଶୋଷଣ ହେଉଛି ସେଠାରେ ମହିଳାମାନେ କିଭଳି ସୁରକ୍ଷିତ ତାହାକୁ ପ୍ରତିପାଦିତ କରିବାକୁ ଏହି ମହିଳା ବାଇକରଙ୍କ ଯାତ୍ରା । ଭାରତରେ ମହିଳା ମାନେ ସୁରକ୍ଷିତ ନୁହଁନ୍ତି ଏଭଳି ଭ୍ରମ ବିଦେଶ ଲୋକ ମାନଙ୍କ ମଧ୍ୟରେ ରହିଛି । ତେଣୁ ଏଭଳି ଭ୍ରମକୁ ଦୂର କରିବା ପାଇଁ ତାଙ୍କ ଗ୍ରୁପ ଏହି ଯାତ୍ରା ଆରମ୍ଭ କରିଛି । ଏହି ଯାତ୍ରାରେ ସେମାନେ ଆସି ପହଞ୍ଚିଛନ୍ତି ଓଡିଶାରେ ।

ହାର୍ଲି ଡେଭିଡସନରେ ଭୁବନେଶ୍ୱର ପରେ କୋଣାର୍କରେ ପହଂଚି ଏହି ମହିଳା ବାଇକରମାନେ ନିଜ ନିଜ ଅନୁଭୂତି ବଖାଣିଛନ୍ତି । ଅପ୍ରେଲ ୭ରୁ ଯାତ୍ରା ଆରମ୍ଭ କରିଥିବା ଏହି ମହିଳା ବାଇକର ୧୪ ଦିନ ମଧ୍ୟରେ ଭାରତର ସ୍ୱର୍ଣ୍ଣିମ ଚର୍ତୁଭୂଜକୁ ଛୁଇଁବେ । ଚେନ୍ନାଇ, କୋଲକତା, ଦିଲ୍ଲୀ ଏବଂ ମୁମ୍ବାଇ ମୁଖ୍ୟ ସହରକୁ ଯୋଡୁଥିବା ସ୍ୱର୍ଣ୍ଣ ଚତୁର୍ଭୁଜ ୧୨ଟି ସହର ସହ ଜଡିତ ଅଛି । ଏହି ମହିଳା ଗ୍ରୁପ୍ ହାର୍ଲି ଡେଭିଡସନର ନିଜସ୍ୱ ଗ୍ରୁପ୍ ‘ହାର୍ଲି ଓନର ଗ୍ରୁପ୍ ‘ର ଲେଡିଜ ହଫ ହାର୍ଲି । ଏହି ଗ୍ରୁପ୍ରେ ଦେଶର ବିଭିନ୍ନ ସହରର ୨୩ରୁ ୪୮ ବର୍ଷିୟା ମହିଳା ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ସ୍ନାତକ, କଲେଜ ସାରିଥିବା, କର୍ମଜୀବୀ, ଗୃହିଣୀ ଅଛନ୍ତି ।