ବାଇକ୍ ପ୍ରେମୀଙ୍କ ପାଇଁ ଖୁସି ଖବର ! ଏବେ ଶସ୍ତାରେ କିଣିପାରିବେ ହାର୍ଲେ ଡେଭିଡସନ୍ ବାଇକ୍ । ଜାଣନ୍ତୁ କେମିତି?

44

ହାର୍ଲେ ଡେଭିଡସନ୍ ବାଇକ୍ ର ମାଲିକ ହେବାକୁ କାହାର ବା ଇଚ୍ଛା ନଥାଏ । ଖାସ୍ କରି ବାଇକ୍ ଲଭର୍ ଙ୍କ ଏହି ବାଇକ୍ ପ୍ରତି ଅହେତୁକ ଦୁର୍ବଳତା ଥାଏ । କିନ୍ତୁ ଅଧିକ ଦାମୀ ହୋଇଥିବାରୁ ସମସ୍ତେ ଏହି ବାଇକ୍ କୁ କିଣିପାରିନଥାନ୍ତି । କିନ୍ତୁ ଏବେ ବାଇକ୍ ଲଭରଙ୍କ ପାଇଁ ଖୁସି ଖବର ଆସିଯାଇଛି । କଥା ହେଉଛି ଯେ,ପ୍ରିମିୟମ୍ ବାଇକ୍ ନିର୍ମାତା କମ୍ପାନୀ ହାର୍ଲେ ଡେଭିଡସନ୍ ଭାରତରେ ପ୍ରି-ୟୁଜଡ ବାଇକ୍ (ପ୍ରଥମରୁ ବ୍ୟବହାର ହୋଇଥିବା) ବ୍ୟବସାୟରେ ପ୍ରବେଶ କରିଛି । ଏଥିରେ ହାର୍ଲେ ଡେଭିଡସନ୍ ବାଇକ୍ ଖୁବ୍ କମ୍ ଦାମରେ ଆପଣ କିଣିପାରିବେ ଏବଂ ଏଥିପାଇଁ କମ୍ପାନୀ ଆପଣଙ୍କୁ ଗ୍ୟାରେଣ୍ଟି ମଧ୍ୟ ଦେଉଛି । ଆମେରିକା ବାଇକ୍ ନିର୍ମାତା କମ୍ପାନୀ ‘ହାର୍ଲେ ଡେଭିଡସନ୍ ଓରିଜିନାଲ୍’ ନାମରେ ପ୍ରୀ ୟୁଜଡ୍ ବାଇକ୍ ବିଜନେସରେ ପ୍ରବେଶ କରିଛି । ଏଥିରେ କୌଣସି ଡିଫେକ୍ଟ ନଥାଏ କାରଣ ବାଇକ୍ ବିକ୍ରି କରିବା ପୂର୍ବରୁ ଏହାକୁ ଭଲ ରୂପେ ପରଖାଯାଏ । ଏହା ପ୍ରଥମରୁ ହିଁ ୯୯ % କ୍ୱାଲିଟିରେ ଚେକ୍ ହୋଇ ଆସିଥାଏ ।

 

ଏଥିସହ ସବୁ ହାର୍ଲେ ଡେଭିଡସନ୍ ଓରିଜିନାଲ୍ ବାଇକ୍ ବର୍ଷେ ପାଇଁ ଗ୍ୟାରେଣ୍ଟି ସହ ଆସିଥାଏ । ଭାରତରେ ହାର୍ଲେ ଡେଭିଡସନ୍ ର ନୂଆ ବାଇକ୍ ୫ ଲକ୍ଷ ଟଙ୍କାରୁ ଆରମ୍ଭ କରି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ଥିବାବେଳେ ହାର୍ଲେ ଡେଭିଡସନ୍ ଷ୍ଟ୍ରିଟ୍ ୭୫୦ ର ଭାରତରେ ୫.୩୧ ଟଙ୍କା ଆରମ୍ଭ ହୋଇଥାଏ । ଅନ୍ୟପକ୍ଷରେ ହାର୍ଲେ ଡେଭିଡସନ୍ ସିଭିଓ ର ଆରମ୍ଭ ୫୦ ଲକ୍ଷରୁ ଆରମ୍ଭ ହୋଇଥାଏ ।