ଇଞ୍ଜିନିୟରିଂ ଛାଡି ଗାଁରେ ଆରମ୍ଭ କଲେ ଦୁଗ୍ଧ ଉତ୍ପାଦନ କେନ୍ଦ୍ର ! ମାସକୁ ଆୟ ୨ ଲକ୍ଷ

50

ଆଜିକାଲି ଦୁନିଆରେ ଲୋକମାନେ ଟଙ୍କା ପଛରେ ଦୌଡୁଛନ୍ତି । ଟଙ୍କା ପାଇଁ କିଛି ବି କରିବା ପାଇଁ ପଛାଉ ନାହାନ୍ତି । କିଏ ଗାଁର ଭିଟାମାଟି, ବାପା ମା’ଙ୍କୁ ଛାଡି ଚାଲି ଯାଉଛନ୍ତି ବିଦେଶ ତ କିଏ ସହରରୁ ନିଜକୁ ପ୍ରତିଷ୍ଠିତ କରାଇବା ଯଥାସମ୍ଭବ ଚେଷ୍ଟା କରୁଛନ୍ତି । କିନ୍ତୁ ଏବେ ବି ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଦୁନିଆର ଚିରାଚରିତ ଢଙ୍ଗରୁ କିଛି ନିଆରା କରିବା ପାଇଁ ଚେଷ୍ଟା କରୁଛନ୍ତି ।

ସେମିତି ଜଣେ ନିଆରା ତଥା ଭିନ୍ନ ବ୍ୟକ୍ତି ହେଲେ ଉତ୍ତରାଖଣ୍ଡର ହରିଓମ ନୋଟିୟାଲ । ନିଜ ଗାଁ ପାଇଁ କିଛି କରିବାର ସ୍ୱପ୍ନ ନେଇ ସପ୍ଟଓୟାର ଚାକିରୀ ଛାଡି ଦୁଗ୍ଧ ଉତ୍ପାଦନ ବ୍ୟବସାୟ ଆରମ୍ଭ କରିଛନ୍ତି । ଆଉ ଆଜି ଉକ୍ତ ବ୍ୟବସାୟରେ ବହୁତ ସଫଳତା ମଧ୍ୟ ହାସଲ କରିଛନ୍ତି । ମାସକୁ ଆୟ କରୁଛନ୍ତି ୨ ଲକ୍ଷ ଟଙ୍କା ।

ଡେରାଡୁନର ରାଣୀ ପୋଖରୀ ସ୍ଥିତ ବଡକୋଟ ଗାଁରେ ନିଜ ଘରେ ହରିଓମ ଏକ ଦୁଗ୍ଧ ଉତ୍ପାଦନ କ୍ରେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ଏହା ବ୍ୟତୀତ ସେ କୁକୁଡା ଫାର୍ମ, ଜାମ- ଆଚାର ଓ କମ୍ପୋଷ୍ଟିଂ କାରଖାନା ଆରମ୍ଭ କରିଛନ୍ତି । ତାଙ୍କର ଏହି ଅଭିନବ ପ୍ରୟାସ ଯୋଗୁଁ କେବଳ ସେ ଉପକୃତ ହେଉଛନ୍ତି ତା’ନୁହଁ ଆଖପାଖର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ଉପଲବ୍ଧ କରାଇ ପାରୁଛନ୍ତି ।

                                                     ସୌଜନ୍ୟ – ମନିଭାସ୍କର.କମ