ବରିଷ୍ଠ କଂଗ୍ରେସ ନେତା ହରିହର କରଣଙ୍କ ପରଲୋକ ! ଦୀର୍ଘଦିନ ଧରି ସେପ୍ଟିସେମିଆ ରୋଗରେ ପୀଡ଼ିତ ଥିଲେ ପୂର୍ବତନ ମନ୍ତ୍ରୀ

143

କନକ ବ୍ୟୁରୋ : ୭୨ ବର୍ଷ ବୟସରେ କଂଗ୍ରେସର ବରିଷ୍ଠ ନେତା ତଥା ଓଡ଼ିଶାର ପୂର୍ବତନ ପୂର୍ବତନ ମନ୍ତ୍ରୀ ହରିହର  କରଣଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରରେ ତାଙ୍କର ପରଲୋକ ହୋଇଛି । ଦୀର୍ଘଦିନ ଧରି ସେ ସେପ୍ଟିସେମିଆ ରୋଗରେ ପୀଡ଼ିତ ଥିଲେ ହରିହର  କରଣ । ତାଙ୍କ ମରଶରୀରକୁ ଶେଷ ଦର୍ଶନ କରିବା ପାଇଁ ଅନେକ ନେତା ଏବଂ କର୍ମୀଙ୍କ ଭିଡ ଜମିଛି ।

ଦଶପଲ୍ଲା ଆସନରୁ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ବରିଷ୍ଠ କଂଗ୍ରେସ ନେତା ହରିହର କରଣ । ୧୯୭୪ରେ ଷଷ୍ଠ ବିଧାନସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ । ୧୯୮୦ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ହରିହର କରଣ ୨୦୧୩ ମସିହାରେ ପିସିସି ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଥିଲେ । ୧୯୪୭ ମସିହା ମେ୫ ରେ ନୟାଗଡ଼ ଜିଲ୍ଲାର କରଡ଼ାପଡ଼ାରେ ଜନ୍ମଗ୍ରହଣ କରିଥିଲେ ହରିହର କରଣ ।  ଛାତ୍ର ଜୀବନରୁ ରାଜନୀତିରେ ପାଦ ଥାପିଥିଲେ।