ଆସନ୍ତା୧୯ ତାରିଖରେ ଉତ୍କଳ ମଣ୍ଡପରେ ହେବ କମେଡୀ ନାଟକ : ହରିଭାଇ କମେଡୀ କ୍ଲବ ପକ୍ଷରୁ ୭୦ଜଣ ହାସ୍ୟାଭିନେତା କରିବେ ଅଭିନୟ

24

ହରିଭାଇ କମେଡୀ କ୍ଲବ ପକ୍ଷରୁ ଉତ୍କଳ ମଣ୍ଡପଠାରେ କମେଡୀ ନାଟକ ବାନର ହିରୋ ପରିବେଷଣ ହେବ । ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ନାଟକଟିକୁ ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ଓଡିଶାର ଖ୍ୟାତନାମା ହାସ୍ୟଅଭିନେତା ହରିହର ମହାପାତ୍ର ।

ଏଥିରେ ନବାଗତ ଓ ପୁରାତନ ୭୦ଜଣ ହାସ୍ୟଅଭିନେତା ଅଭିନୟ କରୁଛନ୍ତି । ୫ ବର୍ଷ ଧରି ହରିଭାଇ କ୍ଲବ ଏହି ମାଧ୍ୟମରେ ନୂତନ ହାସ୍ୟ କଳାକାର ସୃଷ୍ଟି କରିବା ସହ କମେଡୀ ଜଗତକୁ ବଂଚାଇ ରଖିବା ପାଇଁ ପ୍ରୟାସ ଚଳାଇଛି ।