ଗୁଜରାଟରେ ଡାର୍ଟି ପଲିଟିକ୍ସ ! ଆସିଲା ହାର୍ଦ୍ଦିକଙ୍କ ଆଉ ଏକ ଭାଇରାଲ ଭିଡିଓ

54

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଗୁଜୁରାଟ ପଟିଦାର ନେତା ହାର୍ଦିକ ପଟେଲଙ୍କ ବିବାଦୀୟ ସେକ୍ସ ସିଡି । ଏହି ସିଡି ସାମନାକୁ ଆସିବା ପରେ ଅଡୁଆରେ ପଡିଛନ୍ତି ହାର୍ଦିକ । ସିଡିରେ ହାର୍ଦିକଙ୍କ ପରି ଦେଖା ଯାଉଥିବା ଜଣେ ଯୁବକଙ୍କ ସହ ଜଣେ ଯୁବତୀ ଥିବା ଦେଖିବାକୁ ମିଳିଛି । ଯୁବକ ଜଣକ ଏପଟ ସେପଟ ହେଉଥିବାବେଳେ ଯୁବତୀ କିଛି କହୁଥିବା ଶୁଣାଯାଉଛି । ଏହି ସିଡିକୁ ପଟିଦାର ଆନ୍ଦୋଳନର ପୂର୍ବତନ ସହଯୋଗୀ ଅଶ୍ୱିନୀ ସାକଡସରିଆ ନାମକ ଜଣେ ଯୁବକ ଜାରି କରିଛନ୍ତି । ଗତକାଲି ଗୋଟିଏ ସିଡି ଆସିଥିବା ବେଳେ ଆଜି ଆଉ ଏକ ସିଡି ଭାଇରାଲ ହୋଇଛି । ଏପରିକି ଏହି ଭିଡିଓକୁ ୟୁଟ୍ୟୁବରେ ମଧ୍ୟ ଛଡାଯାଇଛି । ଏହି ଭିଡିଓରେ ଦୁଇଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି ।

ତେବେ ଏହାକୁ ବିଜେପିର ଷଡଯନ୍ତ୍ର ବୋଲି କହିଛନ୍ତି ହାର୍ଦିକ ଏବଂ ବିଜେପି ବିରୋଧରେ ତାଙ୍କର ଲଢ଼େଇ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ।ସେ କହିଛନ୍ତି ମୁ ପୁରୁଷ, ନପୁଂସକ ନୁହେଁ । ତେଣୁ ଯାହା କରିବି ସାମ୍ନାରେ କରିବି । ବିଜେପି ଗୁଜରାତ ନିର୍ବାଚନକୁ ନେଇ ଭୟଭୀତ । ତେଣୁ ଏଭଳି ରାଜନୀତି କରୁଛି । ସେପଟେ ବିଜେପି କହିଛି ହାର୍ଦିକ ବିଜେପିକୁ ଦୋଷ ନଦେଇ ଥାନାରେ ଏତଲା ଦିଅନ୍ତୁ । ଅନ୍ୟପଟେ କଂଗ୍ରେସ କହିଛି ଏହା ହାର୍ଦିକଙ୍କ ବ୍ୟକ୍ତିଗତ ମାମଲା । ତେଣୁ ଏହାକୁ ରାଜନୀତି ଭିତରକୁ ଟାଣିବା ଉଚିତ୍ ନୁହେଁ ।