ହକ୍ ଦେବେ ହାର୍ଦ୍ଦିକ ! ୩ ଦିନିଆ ଓଡିଶା ଗସ୍ତରେ ପଟିଦାର ନେତା ହାର୍ଦ୍ଦିକ ପଟେଲ, ବାରିପଦାରେ କୁଡୁମୀଙ୍କ ସମାବେଶରେ ହେବେ ସାମିଲ

41

କନକ ବ୍ୟୁରୋ: ଓଡିଶାରେ ପଟିଦାର ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ । ଆଜି ବାରିପଦାରେ କୁଡୁମୀ ସଂପ୍ରଦାୟର ଏକ ସମାବେଶରେ ଯୋଗଦେବେ ହାର୍ଦ୍ଦିକ । ଏସଟି ସଂପ୍ରଦାୟରେ ଆସୁଥିବା କୁଡୁମୀ ସଂପ୍ରଦାୟକୁ ଓବିସି ସଂପ୍ରଦାୟରେ ସାମିଲ କରାଯାଇଥିବାରୁ ଏହାକୁ ନେଇ ଏକ ବିରାଟ ରାଲିର ଆୟୋଜନ କରାଯାଉଛି ।

କୁଡୁମୀ ସଂପ୍ରଦାୟ ପକ୍ଷରୁ ହେଉଥିବା ଏହି ରାଲି ଆଜି ବେତନଟୀରୁ ବାହାରି ବାରିପଦାର ଛଉପଡ଼ିଆରେ ପହଂଚିବ । ସେଠାରେ କୁଡିମୀ ସଂପ୍ରଦାୟର ବିଭିନ୍ନ ଦାବି ନେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ହାର୍ଦ୍ଦିକ ଗତକାଲି ଭୁବନେଶ୍ୱରରେ ପହଂଚି କହିଥିଲେ ଭଲ କାମ କଲେ ଲୋକ ସ୍ୱୀକାର କରିବେ । ୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ହାର୍ଦ୍ଦିକ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର ସଂଭାବନା ରହିଛି । ଆସନ୍ତାକାଲି ତାରିଖରେ ସେ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ତେବେ ପଟେଲଙ୍କ ଯୋଗଦାନ ଯୋଗୁଁ ସେମାନଙ୍କର ଏହି ଆନ୍ଦୋଳନକୁ ପ୍ରୋତ୍ସାହିତ କରିବ ବୋଲି କୁଡୁମୀ ସେନାର ସାଧାରଣ ସଂପାଦକ ଚନ୍ଦନ କୁମାର ମହାନ୍ତ ଆଶାପ୍ରକାଶ କରିଛନ୍ତି । ଆଜି ବାରିପଦାର ଛଉପଡ଼ିଆରେ ହେବାକୁ ଥିବା ସଭା ନିମନ୍ତେ ଏକ ଶୋଭାଯାତ୍ରା ବେତନଟୀଠାରୁ ବାହାରିବ ବୋଲି ସେ କହିଛନ୍ତି । ସୋମବାର ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିପାରନ୍ତି ବୋଲି କୁହାଯାଉଛି ।