ଲୋକସଭା ନିର୍ବାଚନ ଲଢ଼ିପାରିବେନି ହାର୍ଦ୍ଦିକ ପଟେଲ ! ନିର୍ଦ୍ଦେଶ ଦେଲେ ଗୁଜରାଟ ହାଇକୋର୍ଟ

374

କନକ ବ୍ୟୁରୋ : ନିର୍ବାଚନ ଲଢ଼ିବେନି ହାର୍ଦ୍ଦିକ । କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିପାରିବେ ନାହିଁ । ଗୁଜରାଟ ହାଇକୋର୍ଟ ଦଙ୍ଗା ଭିଆଇବା ମାମଲାରେ ହାର୍ଦ୍ଦିକଙ୍କୁ ସଜା କାଟିବା ପାଇଁ ମନା କରିଦେଇଛନ୍ତି । ହାର୍ଦ୍ଦିକଙ୍କୁ ମେହସଣାର ବିସନଗରରେ ଦଙ୍ଗା କରାଇଥିବା ମମାଲାରେ ୨ ବର୍ଷର ଦଣ୍ଡବିଧାନ ହୋଇଥିଲି ଏବଂ କୋର୍ଟ ପୂର୍ବରୁ ତାଙ୍କୁ ଜାମିନ ଦେଇଥିଲା ।

ତେବେ ନିର୍ବାଚନ ଲଢ଼ିବା ପାଇଁ ଏକ ମାମଲା ଦାଏର କରିଥିଲେ ହାର୍ଦ୍ଦିକ । ଗୁଜରାଟ ହାଇକୋର୍ଟରେ ଦଣ୍ଡବିଧାନ ଶେଷ କରିବା ପାଇଁ ମାମଲା ଦାଏର କରଥିଲେ ହାର୍ଦ୍ଦିକ ପଟେଲ । ଏହି ମାମଲାର ଶୁଣାଣି ହୋଇଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏବେ ହାର୍ଦ୍ଦିକଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ ଲଗାଇ ଦିଆଯାଇଛି । ନିକଟରେ କଂଗ୍ରେସରେ ସାମିଲ ହୋଇଥିଲେ ପଟିଦାର ନେତା ହାର୍ଦ୍ଦିକ ପଟେଲ । ଗୁଜରାଟର ଜାମନଗରରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା ।

ସୂଚନାଯୋଗ୍ୟ ହାର୍ଦ୍ଦିକ ବିଜେପି ବିଧାୟକ ଋଷିକେଶ ପଟେଲଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ମାମଲରେ ବିସନଗର କୋର୍ଟର ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ୨ ବର୍ଷ ପାଇଁ ଦଣ୍ଡବିଧାନ ହୋଇଥିଲା । କୋର୍ଟ ୧୭ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିିଲେ ଏବଂ ୧୪ ଜଣ ଲୋକ ମୁକୁଳି ଯାଇଥିଲେ । ୨୦୧୫ରେ ବିଜେପି ବିଧାୟକ ଋଷିକେଶ ପଟେଲଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିଲା ।