କୁଡୁମୀ ସଂପ୍ରଦାୟ ପାଇଁ ହକ୍ ମାଗିଲେ ହାର୍ଦ୍ଦିକ ! ବାରିପଦାରେ ଅଧିକାର ରାଲିକୁ ସମ୍ବୋଧିତ କଲେ ପଟିଦାର ନେତା

37

କନକ ବ୍ୟୁରୋ : କୁଡ଼ମୀ ଆନ୍ଦୋଳନରେ ସାମିଲ ହେଲେ ଗୁଜରାଟ ପଟ୍ଟିଦାର ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ । ଜାତି ଭିତିକ ସଂରକ୍ଷଣ ପାଇଁ ସାମାଜିକ ଆନ୍ଦୋଳନ ଚଳାଇଥିବା ଏହି ଯୁବ ନେତାଙ୍କୁ ଆନ୍ଦୋଳନର ପ୍ରତୀକ ଭାବେ ଚିତ୍ରଣ କରିଛି କୁଡ଼ୁମୀ ସେନା ।ବାଲେଶ୍ୱରରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାରିପଦାରେ ପହଂଚିଥିଲେ ହାର୍ଦିକ ପଟେଲ । ଛଉ ପଡିଆରେ ଆୟୋଜିତ ଅଧିକାର ରାଲିରେ ପୁଣି ଗୋଟିଏ ଜାତିକୁ ସଂରକ୍ଷଣ ଆଧାରରେ ସାମାଜିକ ସୁରକ୍ଷା ପାଇଁ ଆହ୍ୱାନ ଦେଇଛନ୍ତି ହାର୍ଦ୍ଦିକ । କୁଡୁମୀ ଜାତିକୁ ଆଦିବାସୀ ସୂଚିରେ ପୁନଃ ସାମିଲ କରିବାକୁ ଦାବି କରିଛନ୍ତି ହାର୍ଦ୍ଦିକ ।

ଶନିବାର ଗୁଜୁରାଟର ପଟିଦାର ଆନ୍ଦୋଳନ ନେତା ହାର୍ଦିକ୍ ପଟେଲ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ସୋମବାର ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିପାରନ୍ତି ବୋଲି କୁହାଯାଉଛି।