ମହଙ୍ଗା ପଡ଼ିଲା ଅଶାଳୀନ ମନ୍ତବ୍ୟ ! ହାର୍ଦ୍ଦିିକ ପାଣ୍ଡ୍ୟା ଓ କେ.ଏଲ.ରାହୁଲଙ୍କୁ ଦୁଇଟି ମ୍ୟାଚରୁ ବ୍ୟାନ କରିବା ପାଇଁ ସୁପାରିସ କଲେ ବିସିସିଆଇ ପ୍ରଶାସନିକ କମିଟି ମୁଖ୍ୟ

200

କନକ ବ୍ୟୁରୋ : ମହଙ୍ଗା ପଡିଲା ମହିଳାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ । ଫିଲ୍ମ ନିର୍ଦ୍ଦେଶକ କରଣ ଜୋହରଙ୍କ ଲୋକପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମ କଫି ୱିଥ୍ କରଣରେ ଯୋଗ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ । କ୍ରିକେଟର ହାର୍ଦିକ ପାଣ୍ଡ୍ୟା ଓ କେ.ଏଲ. ରାହୁଲଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଏହି ଦୁଇ ଖେଳାଳିଙ୍କୁ ଦୁଇଟି ଏକଦିବସୀୟ ମ୍ୟାଚରୁ ନିଲମ୍ବିତ କରିବା ପାଇଁ ସୁପାରିଶ କରିଛି ବିସିସିଆଇର ପ୍ରଶାସନିକ କମିଟିର ମୁଖ୍ୟ ବିନୋଦ ରାୟ । ଗତକାଲି ବିସିସିଆଇ ଏହି ଦୁଇଜଣ କ୍ରିକେଟରଙ୍କୁ ନୋଟିସ ଜାରି କରିଥିଲା ।

ଫିଲ୍ମ ନିର୍ଦ୍ଦେଶକ କରଣ ଜୋହରଙ୍କ ଲୋକପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମ କଫି ୱିଥ୍ କରଣରେ ଯୋଗ ଦେଇଥିଲେ ପାଣ୍ଡ୍ୟା ଓ ରାହୁଲ । ତେବେ କାର୍ଯ୍ୟକ୍ରମ ସମୟରେ ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଯାହା ଫଳରେ ଉଭୟଙ୍କୁ ତୀବ୍ର ସମାଲୋଚନାର ଶଶକାର ହେବାକୁ ପଡିଥିଲା ।

କଫି ୱିଥ୍ କରଣ କାର୍ଯ୍ୟକ୍ରମରେ ପାଣ୍ଡ୍ୟା କହିଥିଲେ ଯେ ଅନେକ ନାରୀଙ୍କ ସହ ତାଙ୍କର ଶାରିରୀକ ସମ୍ପର୍କ ରହିଛି । ଏପରିକି ମହିଳାମାନେ କେବଳ ତାଙ୍କ ପାଇଁ ଉପଭୋଗ୍ୟର ବସ୍ତୁ । ଏହିଭଳି ନାରୀର ମର୍ଯ୍ୟାଦା ଓ ସମ୍ମାନ ହାନି କରିବା ଭଳି ଅନେକ ଅକୁହା କଥା କହିଛନ୍ତି ପାଣ୍ଡ୍ୟା । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଅନ୍ୟଙ୍କ ସମାଲୋଚନାର ଶୀକାର ହେବା ପରେ ପାଣ୍ଡ୍ୟ କ୍ଷମା ମାଗିଥିଲେ ।