ତିନି ଦିନରେ ଚାରି ଚାରିଟି ସେକ୍ସ ଭିଡିଓ ଭାଇରାଲ ! ସୋସିଆଲ ମିଡିଆରେ ଘୁରି ବୁଲୁଛି ହାର୍ଦ୍ଦିକ ପଟେଲଙ୍କ ସେକ୍ସ ଭିଡିଓ

482

କନକ ବ୍ୟୁରୋ :  ସୋମବାର-ମଙ୍ଗଳବାର-ବୁଧବାର । ତିନି ଦିନରେ ଚାରି ଚାରିଟି ସେକ୍ସ ଭିଡିଓ ଭାଇରାଲ । ସୋସିଆଲ ମିଡିଆରେ ଘୁରି ବୁଲୁଛି ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ସେକ୍ସ ଭିଡିଓ । ଗୁଜରାଟ ନିର୍ବାଚନ ପୂର୍ବରୁ ଭାଇରାଲ ଭିଡିଓର ଚକ୍ରବ୍ୟୁହରେ ଫସିଯାଇଛନ୍ତି ହାର୍ଦ୍ଦିକ । ନୂଆ ଭାଇରାଲ ଭିଡିଓରେ ହାର୍ଦ୍ଦିକ ଏବଂ ତାଙ୍କର ଜଣେ ବନ୍ଧୁ ମଦ୍ୟପାନ କରୁଥିବାର ଚିତ୍ର ସାମନାକୁ ଆସିଛି, ତାଙ୍କ ସହ ଜଣେ ମହିଳା ମଧ୍ୟ ଏହି ଭିଡିଓରେ ନଜରକୁ ଆସୁଛନ୍ତି । ବିବାଦୀୟ ଭିଡିଓର ସତ୍ୟତା ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ କୁହାଯାଉଛି ଯେ ପଟିଦାର ସଂରକ୍ଷଣ ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସମ୍ମାନରେ ଲଣ୍ଡା ହେବା ପରେ ମହିଳା ଓ ସାଙ୍ଗମାନଙ୍କ ସହ ମଉଜ ମଜଲିସ କରୁଛନ୍ତି ହାର୍ଦ୍ଦିକ ।

ଆଗକୁ ଗୁଜରାଟ ନିର୍ବାଚନ ଆଉ ଠିକ୍ ଏହା ପୂର୍ବରୁ ସେକ୍ସ ସ୍କ୍ୟାଣ୍ଡଲରେ ଛନ୍ଦି ହୋଇପଡିଛନ୍ତି ପଟିଦାର ନେତା । ତେବେ ଏହି ଲିକ୍ ଭିଡିଓ ପଛରେ ବିଜେପିର ହାତ ଥିବା ଅଭିଯୋଗ କରି ଆଇନର ଆଶ୍ରୟ ନେବାକୁ ଧମକ ଦେଇଛନ୍ତି ହାର୍ଦ୍ଦିକ । ଟ୍ୱିଟ୍ କରି ହାର୍ଦ୍ଦିକ କହିଛନ୍ତି, “ଗୁଜରାଟବାସୀ ୨୨ ବର୍ଷର ଯୁବକର ଭିଡିଓ ନୁହେଁ ଗୁଜରାଟରେ ହୋଇଥିବା ୨୨ ବର୍ଷର ବିକାଶର ଚିତ୍ର ଦେଖିବାକୁ ଚାହୁଁଛନ୍ତି ।” ସେହିପରି ଗୁଜରାଟର ଦଳିତ ନେତା ଜିଗ୍ନେଶ ମେୱାନୀ ଟ୍ୱିଟ୍ କରି କହିଛନ୍ତି, “ଡିୟର ହାର୍ଦ୍ଦିକ ପଟେଲ, ବ୍ୟସ୍ତ ହୁଅ ନାହିଁ । ମୁଁ ତମ ସହ ଅଛି । ସେକ୍ସ ଏକ ମୌଳିକ ଅଧିକାର । ତମର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବାର ଅଧିକାର କାହାର ନାହିଁ ।”

ତେବେ ଏହି ଭାଇରାଲ ଭିଡିଓ ପରେ ହାର୍ଦ୍ଦିକ ପଟେଲଙ୍କ ଅସଲ ଚେହେରା ସାମନାକୁ ଆସିଛି ବୋଲି କହିଛି ବିଜେପି । ସେପଟେ ଏହାକୁ ବ୍ୟକ୍ତିଗତ ବ୍ୟାପାର ବୋଲି କହି ପ୍ରସଙ୍ଗରୁ ଦୂରେଇ ରହିଛି କଂଗ୍ରେସ ।