ହରଭଜନଙ୍କ ସଙ୍ଗୀତ ଯାତ୍ରା ! ବୋଲିଂ ପରେ ଏବେ ଗୀତରେ ଦେଖାଇବେ ଜଲୱା

60

ନୂଆ ଏକ ଇନିଙ୍ଗସ୍ ଆରମ୍ଭ କରିବାକୁ ଯାଉଛନ୍ତି ହରଭଜନ୍ ସିଂହ । କ୍ରିିକେଟରେ କମାଲ୍ ଦେଖାଇବା ପରେ ଏବେ ଗୀତରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି ଏହି ଭାରତୀୟ ବୋଲର୍ । ନିକଟରେ ସଙ୍ଗୀତ ସଂଯୋଜକ ମିଥୁନଙ୍କ ଏକ ଗୀତରେ କଣ୍ଠଦାନ କରିଛନ୍ତି ହରଭଜନ୍ । ଏହି ଗୀତ ଜରିଆରେ ହରଭଜନ୍ ଦେଶର ରିୟଲ୍ ହିରୋ ମାନଙ୍କୁ ସଲାମ୍ ଜଣାଇଛନ୍ତି ।

ପୂର୍ବରୁ ଗୀତ ପ୍ରତି ହରଭଜନଙ୍କ ଆଗ୍ରହ ଥିଲା । ଏନେଇ ସେ ଅନେକ ଥର ମିଥୁନଙ୍କୁ ଜଣାଇଥିଲେ । ଆଉ ଦୀର୍ଘ ଦିନ ପରେ ତାଙ୍କ ସ୍ୱପ୍ନ ସାକାର ହୋଇଛି । ଖୁବ୍ ଶୀଘ୍ର ଗୀତଟି ଲଂଚ୍ ହେବ । ଏହା ବ୍ୟତୀତ ଶୁଣିବାକୁ ମିଳିଛି ହରଭଜନ୍ ଅଭିନୟରେ ପାଦ ରଖିବାକୁ ଯାଉଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ହରଭଜନ୍ ରୂପେଲି ପରଦାରେ ନଜର ଆସିବେ । ଏହା ପୂର୍ବରୁ ସେ ‘ନଚ୍ ବଲିୟେ’ ଏବଂ ଏକ କମେଡି ସୋ’ରେ ମଧ୍ୟ ଆସିଥିଲେ ।