ପର୍ଣ୍ଣ ସାଇଟକୁ ବ୍ଲକ କରିବ ହରହର ମହାଦେବ ଆପ ! ଆପତ୍ତିଜନକ ସାଇଟ ଖୋଲିବା ମାତ୍ରେ ବାଜିବ ଭଜନ ଗୀତ

171

କନକ ବ୍ୟୁରୋ : ଆଜିକାଲି ସୋସିଆଲ ମିଡିଆ ହେଉ ବା ଇନ୍ଟରନେଟ୍ ଆମ ଦୈନନ୍ଦିନ ଜୀବନର ଏକ ମୁଖ୍ୟ ଆବଶ୍ୟକତା ପାଲଟିଛି । ସେ ଯୁବପଢି ହୁଅନ୍ତୁ କିମ୍ବା ବୃଦ୍ଧ, ସବୁ ବର୍ଗର ଲୋକ ଏବେ ସୋସିଆଲ ମିଡିଆରେ । ଆଉ ଏହାର ଚାହିଦା ଦେଖି ପ୍ରସ୍ତୁତ ହେଉଛି ଅନେକ ସୋସିଆଲ୍ ସାଇଟ ଏବଂ ଆପ୍ । ଅନେକ ଆପ୍ ଆମ ଜୀବନକୁ ସରଳ କରିଥାଏ ଓ ଅନେକ ସାଇଟ୍ସ ଆମକୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଯୋଗାଉଥିବା ବେଳେ ମୁଦ୍ରାର ଦୁଇ ପାଶ୍ୱର୍ ଭଳି ଏମିତି ଅନେକ ଆପ୍ କିମ୍ବା ସାଇଟ୍ସ ଆମକୁ ଆପତିଜନକ ତଥା ଅଶ୍ଳୀଳ ଭିଡଓ ସେୟାର କରିଥାନ୍ତି । ଅନେକଥର ଆମେ ଯେତେବେଳେ ଇନ୍ଟରନେଟ୍ରେ କିଛି ସର୍ଚ କରୁଥାଉ କିମ୍ବା ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରହୁ, ସେତେବେଳେ ଅନେକ ଆପତିଜନକ ତଥା ଅଶ୍ଲୀଳ ସାଇଟ୍ ଆପଣାଛାଏଁ ଖୋଲିଯାଇଥାଏ । ଯଦି ଆପଣଙ୍କ ଆଖପାଖରେ କିଏ ଅଛନ୍ତି, ସେ ଆପଣଙ୍କ ପରିବାରର ସଦସ୍ୟ ହୁଅନ୍ତୁ ବା ବନ୍ଧୁବାନ୍ଧବ ସେହି ସମୟରେ ଆପଣଙ୍କ ସ୍କ୍ରିନରେ ଯଦି ଏପରି ସାଇଟସ୍ ଖୋଲିଯାଏ ତେବେ ଅତ୍ୟନ୍ତ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଥାଏ । ମାତ୍ର ଏପରି ଏକ ଆପ ପ୍ରସ୍ତୁତ କରାଯାଇପାରିଛି ଯାହା ଆପଣଙ୍କୁ ଏମିତି ଏକ ଲଜ୍ଜାଜନକ ପରିସ୍ଥିରୁ ମୁକୁଳାଇ ପାରିବ ।

imagesହରହର ମହାଦେବ୍,ଏହି ଆପ୍ ହଠାତ ଆପଣଙ୍କ ସ୍କ୍ରିନ୍ ଉପରେ ଅସୁଥିବା ପର୍ନୋଗ୍ରାଫି, ହିଂସା, ଏବଂ ଅଶ୍ଳୀଳ ବାର୍ତାରୁ ଆପଣଙ୍କୁ ବଂଚାଇବ । ଏହି ଆପ୍କୁ ବନାରସ ହିନ୍ଦୁ ୟୁନିଭର୍ସିଟିର ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନସର ନ୍ୟୁରୋଲୋଜିଷ୍ଟ୍ ଏବଂ ତାଙ୍କ ସହକର୍ମୀମାନେ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଏହି ଆପର ସହାୟତାରେ ଆପଣ ସେହି ସାଇଟକୁ ବନ୍ଦ କରିପାରିବେ ଯାହା ବିନା ଆପଣଙ୍କ କ୍ଲିକରେ ଆପଣଙ୍କ ସ୍କ୍ରିନରେ ଖୋଲିଯାଏ ।

ଏହି ଆପକୁ ହରହର ମହାଦେବର ନାଁ ଦିଆ ଯାଇଛି । ଏହି ନାଁ ରଖିବା ପଛର ଉଦ୍ଦେଶ୍ୟ ଏହା ଯେ ଏହି ଆପ୍ ସାହାଯ୍ୟରେ କୈାଣସି ଆପତିଜନକ ତଥା ଅଶ୍ଳୀଳ ସାଇଟ୍ ଖୋଲିଲା ମାତ୍ରେ ଭକ୍ତି ସଂଗୀତ ବାଜିବାକୁ ଲାଗୁଛି । ଏଥିପାଇଁ ଏହାକୁ ଭଗବାନଙ୍କ ସହ ଯୋଡା ଯାଇଥିବା ନାଁ ଦିଆଯାଇଛି । ଏହି ଆପର ପ୍ରସ୍ତୁତ କର୍ତାଙ୍କ ଅନୁସାରେ, ଏହା ଦ୍ୱାରା ଆପଣ ୱେବସାଇଟ୍ ମଧ୍ୟ ବ୍ଲକ୍ କରିପାରିବେ । ଏହି ଆପ୍ ଏକ ପ୍ରକାରର ଇନ୍ଟରନେଟ୍ ଫିଲ୍ଟରିଂଗର କାମ କରିବ । ଏହି ଆପ୍କୁ ପ୍ରସ୍ତୁତ କରିବାରେ ପାଖାପାଖି ଛଅମାସ ସମୟ ଲାଗିଥିଲା ଏହା ସାହାର୍ଯ୍ୟରେ ପ୍ରାୟ ୩୮୦୦ ସାଇଟ୍ସ ବ୍ଲକ କରାଯାଇପାରିବ ।