ହାଜିର ହେଲେ ହାପି କର : ୮ ଘଂଟା ଜେରା ପରେ ଛାଡିଲା କ୍ରାଇମବ୍ରାଂଚ୍ ଇଓଡବ୍ଲ୍ୟୁ

14

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କ୍ରାଇମବ୍ରାଂଚ ସ୍କାନରରେ ହାପି କର । କ୍ୟାପିଟାଲ ହସ୍ପିଟାଲର ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ହାପି କର ଓରଫ ହିମାଂଶୁ କରଙ୍କୁ ନେଇ ତନାଘନା । ଡାକ୍ତର ମୋତିଲାଲ ଗୌଡ କେଳେଙ୍କାରୀ ମାମଲାରେ ହାପିଙ୍କୁ ଦୀର୍ଘ ୮ ଘଂଟା ଜେରା କରିଛି କ୍ରାଇମବ୍ରାଂଚ ଇଓଡବ୍ଲ୍ୟୁ । ଡାକ୍ତର ମୋତିଲାଲ ଗୌଡ ଗିରଫ ହେବା ପରେ ଖୋଲିଛି ଏହି କୋଟିପତି କିରାଣୀଙ୍କ ରାଜ୍ । ପେଶାରେ ସେ ସରକାରୀ କର୍ମଚାରୀ, ହେଲେ ବସାଉଠା କିନ୍ତୁ ନେତା ମନ୍ତ୍ରୀଙ୍କ ସହ। କୁହାଯାଉଛି ଏ ଥିଲେ କିଛି ଜଣାଶୁଣା ଯୁବମନ୍ତ୍ରୀଙ୍କ ଏଜେଂଟ୍ । ତେବେ ହାପି କର, ମୋତିଲାଲ ଗୌଡ ଓ ଚର୍ଚ୍ଚାରେ ଥିବା ମନ୍ତ୍ରୀଙ୍କ ଭିତରେ୍ ଥିବା ତ୍ରିକୋଣୀୟ ସଂପର୍କକୁ ନେଇ ଖୋଳତାଡ ଆରମ୍ଭ ହୋଇଛି।