ଆଜି ବିଶ୍ବ ବନ୍ଧୁତ୍ବ ଦିବସ ! ବନ୍ଧୁଙ୍କ ପାଇଁ ଦିନଟିଏ

604

ଆଜି ଫ୍ରେଣ୍ଡସିପ୍ ଡେ ବା ବନ୍ଧୁତା ଦିବସ ଅର୍ଥାତ୍ ବନ୍ଧୁଙ୍କ ପାଇଁ ଦିନି ଟିଏ । ବନ୍ଧୁତ୍ୱର ଏହି ପବିତ୍ର ବନ୍ଧନ ଆଜି କି କାଲି ନୁହେଁ ବରଂ ବହୁ ପୁରାତନ କାଳରୁ ଚାଲିଆସିଛି । ଦେଶର ବିଭିନ୍ନ ସ୍ଥାନରେ ଆଜି ଫ୍ରେଣ୍ଡସିପ୍ ଡେ ବା ବନ୍ଧୁତା ଦିବସଟି ବହୁ ଆଡମ୍ବରେ ପାଳନ କରାଯାଉଛି । ବିଶେଷ କରି ଏହି ଦିନଟି ଯୁବପୀଢିଙ୍କ ପାଇଁ ବହୁତ ଖାସ୍ ଦିନ । ହାତରେ ହାତ ମିଶାଇ, ପରସ୍ପରକୁ ଆଲିଙ୍ଗନ କରି, ଫ୍ରେଣ୍ଡସିପ୍ ବ୍ୟାଣ୍ଡ ବାନ୍ଧି ବନ୍ଧୁଙ୍କ ସହ ମନାଇଥାନ୍ତି ଫ୍ରେଣ୍ଡସିପ୍ ଡେ । ଏଥିପାଇଁ ବଜାରରେ ବିଭିନ୍ନ ରଙ୍ଗ ବେରଙ୍ଗର ଫ୍ରେଣ୍ଡସିପ୍ ବ୍ୟାଣ୍ଡ ମଧ୍ୟ ବିକ୍ରୀ କରାଯାଇଥାଏ ।

ଭାରତରେ ତ ବହୁ ପୁରାତନ କାଳରୁ ହିଁ ବନ୍ଧୁତାର ଅନେକ ମିଶାଲ୍ ଦେଖିବାକୁ ମିଳେ । ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ର ବନ୍ଧୁତା ପାଇଁ ଶତ୍ରୁ ପକ୍ଷ ତଥା ରାବଣର ଭାଇ ସୁଗ୍ରୀବଙ୍କର ସହାୟତା କରିଥିଲେ । ସେହିପରି ଭଗବାନ ଶ୍ରୀକୃଷ୍ଣ ଓ ସୁଦାମାଙ୍କ ବନ୍ଧୁତା ବନ୍ଧନ ପ୍ରେରଣା ସାଜି କାଳ କାଳକୁ ଅମର ହୋଇ ରହିଯାଇଛି । ତେବେ ବନ୍ଧୁତା ଦିବସ ଭାରତର ପରମ୍ପରା ନୁହେଁ ବରଂ ପାଶ୍ଚ୍ୟାତ ସଭ୍ୟତାରୁ ଆନିତ । ମାତ୍ର ଭାରତୀୟମାନେ ଏହି ଦିବସଟିକୁ ଅତି ଉତ୍ସାହର ସହ ପାଳନ କରିଥାନ୍ତି ।

ବନ୍ଧୁତା ଦିବସର ଆରମ୍ଭ 

 

ଜଣେ ବ୍ୟକ୍ତି ଜୀବନରେ ବନ୍ଧୁର ମହତ୍ତ୍ୱକୁ ଦୃଷ୍ଟିରେ ରଖି ଓ ବନ୍ଧୁଙ୍କ ପ୍ରତି କୃତଜ୍ଞତା ଓ ସମ୍ମାନ ବ୍ୟକ୍ତ କରିବାର ଉଦ୍ଦେଶ୍ୟରେ ଆମେରିକୀ କଂଗ୍ରେସ୍ ୧୯୩୫ରେ ଫ୍ରେଣ୍ଡସିପ୍ ଡେ ପାଳିବାକୁ ଘୋଷଣା କରିଥିଲେ । ଆମେରିକୀ କଂଗ୍ରେସର ଏହି ଘୋଷଣା ପରେ ବିଭିନ୍ନ ରାଷ୍ଟ୍ରରେ ପୃଥକ୍ ପୃଥକ୍ ଦିନରେ ଫ୍ରେଣ୍ଡସିପ୍ ଡେକୁ ପାଳନ କରାଗଲା । ଭାରତରେ ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ସପ୍ତାହର ପ୍ରଥମ ରବିବାର ‘ଫ୍ରେଣ୍ଡସିପ୍ ଡେ’ ଭାବେ ପାଳନ କରାଯାଏ ।

ବନ୍ଧୁତାର ମଧ୍ୟ ଏକ ଏଭଳି ସଂପର୍କ ରହିଛି ଯାହା ସଂପର୍କରେ ଆମେ ଆଜି ଆପଣଙ୍କୁ ଜଣାଇବାକୁ ଚାହୁଁଛୁ । ବନ୍ଧୁଙ୍କ ନିକଟରେ ଆମେ ଆମର ସବୁକଥା ଖୋଲି କହିପାରୁ । ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତା କୁହାଯାଏ । ବନ୍ଧୁତାର ସଂପର୍କ କୌଣସି ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କି ଦେଶ ଦେଖି ନଥାଏ ।

ଏହାସବୁ ସତ୍ୱେ ବି ଆମ ସମାଜରେ ଗୋଟିଏ ପୁଅ-ଝିଅର ବନ୍ଧୁତା ଭଳି ପବିତ୍ର ସଂପର୍କକୁ ନେଇ ଅଧିକାଂଶ ସମୟରେ ଲୋକେ ଅନେକ ପ୍ରଶ୍ନ କରିଥାନ୍ତି । ସେମାନଙ୍କ ସଂପର୍କକୁ ଭଲରେ ବୁଝିବା ଅପେକ୍ଷା ଆମେ ତାଙ୍କୁ ସେମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିଥାଉ । ଆଜି ଏହି ପବିତ୍ର ଦିବସରେ ଆମେ ଆଶା କରୁଛୁ କି ସମାଜ ନିଜର ଏଭଳି ନୀଚ ବିଚାରଧାରାରେ ପରିବର୍ତ୍ତନ ଆଣୁବୋଲି ।