ରାଜଧାନୀ ପରେ ପାରଳାଖେମୁଣ୍ଡିରେ ଆରମ୍ଭ ହେଲା ହ୍ୟାପି ଫ୍ରିଜ । ଖାଦ୍ୟ ନଷ୍ଟ ନକରି ଏହି ଫ୍ରିଜ ମାଧ୍ୟମରେ ଅସହାୟଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ରହ୍ମପୁର ସାଂସଦଙ୍କ ଆହ୍ୱାନ

242

କନକ ବ୍ୟୁରୋ: ରାଜଧାନୀ ପରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପ୍ରତିଷ୍ଠା ହେଲା ହ୍ୟାପି ଫ୍ରିଜ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫିଡି ଇଣ୍ଡିଆ ପକ୍ଷରୁ ଏହାକୁ ପ୍ରତିଷ୍ଠା କରାଯାଇଛି । ଖାଦ୍ୟକୁ ନଷ୍ଟ ନକରି ଏହି ଫ୍ରିଜ ମାଧ୍ୟମରେ ଖାଦ୍ୟକୁ ଆବଶ୍ୟକ କରୁଥିବା ଲୋକଙ୍କ ପାଖରେ ପହଂଚାଇବା ପାଇଁ ଆହ୍ୱାନ ଦେଇଛନ୍ତି ବ୍ରହ୍ମପୁର ସାଂସଦ ।

ହ୍ୟାପି ଫ୍ରିଜ । ଏହି ଫ୍ରିଜ ଯୋଗାଇବ ଖାଦ୍ୟ । ଖାଇବା ଆବଶ୍ୟକ କରୁଥିବା ଲୋକମାନଙ୍କୁ କିପରି ସହଜରେ ଖାଦ୍ୟ ଯୋଗାଇହେବ ସେଥିପାଇଁ ଏହି ପ୍ରୟାସ । ଗଜପତି ଏସପି ସାରା ଶର୍ମାଙ୍କ ପ୍ରଚେଷ୍ଟାରେ ହ୍ୟାପି ଫ୍ରିଜ ଆରମ୍ଭ ହୋଇଛି । ଖାଦ୍ୟକୁ ନଷ୍ଟ ନକରି ସାଧରଣ ଜନତାଙ୍କୁ ଦେବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫିଡି ଇଣ୍ଡିଆ ପକ୍ଷରୁ ଏହାକୁ ପ୍ରତିଷ୍ଠା କରାଯାଇଛି । ଏହାର ସୁଫଳ ସାଧାରଣ ଲୋକଙ୍କୁ ମିଳିବ ବୋଲି କହିଛନ୍ତି ଗଜପତି ଏସପି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମନାରେ ଏହି ଫ୍ରିଜକୁ ସ୍ଥାପନ କରାଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଏହାର ଉନ୍ମୋଚନ କରିଛନ୍ତି । ନିକଟସ୍ଥ କୁଷ୍ଠାଶ୍ରମର ବହୁ ଅନ୍ତେବାସୀ ଏହି ଫ୍ରିଜରୁ ସ୍ୱେଚ୍ଛାକୃତ ଭାବେ ଖାଦ୍ୟ ଗ୍ରହଣ କରିଛନ୍ତି ।