ହାପି ବାର୍ଥଡେ ବିଗ୍ ବି : ୭୪ ବର୍ଷରେ ପାଦ ଦେଲେ ବଲିଉଡର ସୁପରଷ୍ଟାର ଅମିିତାଭ ବଚ୍ଚନ

138

wwwwବଡ ପରଦାର ସୁପରଷ୍ଟାର । କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବଲିଉଡ଼ରେ । ତାଙ୍କ ସ୍ମୃତିକୁ ସାଉଁଟି ଧରିଛନ୍ତି ତାଙ୍କର ପ୍ରତିଟି ଦର୍ଶକ । ଆଜି ସେମିତି ଜଣେ ନାୟକଙ୍କ ଜନ୍ମଦିନ ସେ ହେଉଛନ୍ତି ବିଗ ବି, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ

modi-tଆଜି ୭୪ ତମ ଜନ୍ମଦିନ ପାଳନ କରୁଛନ୍ତି ବିଗ ବି । ଏଥିପାଇଁ ସାରା ଦେଶରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଗ୍ ବିଙ୍କୁ ଜନ୍ମଦିନ ଶୁଭେଚ୍ଚା ଜଣାଇବା ସହ ଅମିତାଭ ଜଣେ ମାନବିକତାପୂର୍ଣ୍ଣ ବ୍ୟକ୍ତି ଓ ବହୁମୁଖୀ ପ୍ରତିଭାର ଅଧିକାରୀ ବୋଲି ଟ୍ୱିଟ୍ କରିଛନ୍ତି । ଏହାସହ ଅମିତାଭଙ୍କ ଦୀର୍ଘ ସୁସ୍ଥ ଓ  ନିରାମୟ ଜୀବନ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

bday70-24ଅମିତାଭ ଜନ୍ମ ଦିନରେ ଗଣମାଧ୍ୟମଙ୍କୁ ସ୍ୱତନ୍ତ୍ର ସାରକ୍ଷାତକାର ଦେଇଛନ୍ତି  । ଏହି ଅବସରରେ ଅନ୍ୟ କଳାକାରଙ୍କୁ ପ୍ରଶଂସା କରିଛନ୍ତି ଅମିତାଭ । ଏହାସହ କେକ୍ କାଟି ମହମବାତୀ ଲିଭାଇ ଜନ୍ମଦିନ ପାଳନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ପଦ୍ମ ବିଭୂଷଣ ଅମିତାଭ ବଚ୍ଚନଙ୍କୁ ଫ୍ରାନ୍ସର ନାଇଟ୍ ଉପାଧିରେ ସମ୍ମାନିତ କରାଯାଇଛି । ପ୍ରଥମେ ପ୍ରଥମେ ସଂଘର୍ଷ କରି ପରେ ବାଜି ଜିତିନେଇଥିଲେ ବିଗ ବି ।

amitabh-best-dialogues-lସୋଲେ, ଜଞ୍ଜୀର, ଦିୱାର ମୁଭିରେ ନିଜର ନିଖୁଣ ଅଭିନୟର ପରିଚୟ ଦେଇଥିଲେ ବିଗ୍ ବି । ବଲିଉଡ କୁହେ ଯେଉଁଠୁ ସେ ଠିଆ ହୋଇ ଯାଆନ୍ତି ସେଇଠୁଁ ହିଁ ଲାଇନ୍ ଆରମ୍ଭ ହୁଏ । ଦିନେ ଯେଉଁ ଭଏସକୁ ରିଜେକ୍ଟ କରିଦିଆଯାଇଥିଲା । ଆଜି ସେଇ ସ୍ୱର ହୋଇଛି ସମସ୍ତଙ୍କର ପ୍ରିୟ । ବୋଲ୍ଡ ଆୱାଜ ସହ ଅଭିନୟର ପାରଦର୍ଶିତାରେ ସେ ଏବେ ବଡ ପରଦାର ମେଗା ଷ୍ଟାର ।

ଏହା ସହ ଦେଖନ୍ତୁ ଏହି ଭିଡିଓ –