ହାପି ବର୍ଥଡେ ରଜନୀକାନ୍ତ : କେବେ ଥିଲେ ବସ୍ କଣ୍ଡକ୍ଟର, ଆଜି ସେ ସବୁଠାରୁ ବଡ ସୁପରଷ୍ଟାର

ସେ ବର୍ଷ ୧୯୭୫ରେ ଫିଲ୍ମ ଅପୂର୍ବ ରାଙ୍ଗଗଲ ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।

207

ଆଜି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ୬୮ତମ ଜନ୍ମଦିନ । ‘୨.୦’ରୁ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ନୂଆ ଏକ ସ୍ଥାନରେ ପହଂଚାଇଥିବା ‘ଦ ଥାଲାଇଭା’ ରଜନୀକାନ୍ତ ଫିଲ୍ମରେ ଭୂମିକା ବ୍ୟତୀତ ଲୋକଙ୍କ ହୃଦୟରେ ମଧ୍ୟ ରାଜ୍ କରନ୍ତି । ଏବର୍ଷ ତାଙ୍କ ଜନ୍ମଦିନ ଏଥିପାଇଁ ଖାସ୍ କାହିଁକିନା ତାଙ୍କ ଫିଲ୍ମ ‘୨.୦’ ସବୁଠାରୁ ମହଙ୍ଗା ଫିଲ୍ମ ବକ୍ସ ଅଫିସରେ ଧମାକା କରୁଛି । ଆସନ୍ତୁ ଜାଣିବା କେମିତି ଜଣେ ବସ୍ କଣ୍ଡକ୍ଟରରୁ କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍ କରୁଥିବା ‘ଦ ବସ୍’ ବନିଲେ ।

ରଜନୀକାନ୍ତଙ୍କ ଫ୍ୟାନ୍ସ ତାଙ୍କୁ ଭଗବାନ ମାନନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପହଂଚିବା ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଛି । ରଜନୀକାନ୍ତଙ୍କ ଅସଲି ନାମ ଶିବାଜୀ ରାଓ ଗାୟକୱାଡ । ତାମିଲ ଓ ହିନ୍ଦୀ ଫିଲ୍ମରେ ଦମଦାର ଅଭିନୟ କରି ରଜନୀକାନ୍ତ କୋଟି କୋଟି ପ୍ରଶଂସକ କରିଛନ୍ତି । ତାଙ୍କ ଜନ୍ମ ୧୨ ଡିସେମ୍ବର ୧୯୫୦ରେ ବାଙ୍ଗାଲୁରୁରେ ହୋଇଥିଲା । ସେ ବର୍ଷ ୧୯୭୫ରେ ଫିଲ୍ମ ଅପୂର୍ବ ରାଙ୍ଗଗଲ ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ‘ଅନ୍ଧା କାନୁନ’, ‘ଇଂସାଫ କୌନ କରେଗା’, ‘କବାଲୀ’ ଓ ‘ଶିବାଜୀ ଦ ବସ୍’ ଭଳି ଅନେକ ଦମଦାର ଫିଲ୍ମରେ ମୁଖ୍ୟ ଭୂମିକାରେ ରହିଥିଲେ ।

Comments are closed.