ସବୁଠାରୁ ସୁଖୀ ରାଷ୍ଟ୍ର କିିଏ ! ଆଗରେ ପାକିସ୍ତାନ, ପଛରେ ହିନ୍ଦୁସ୍ତାନ୍

36

କନକ ବ୍ୟୁରୋ : ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶିତ ସର୍ଭେରୁ, ନରୱେ ସବୁଠାରୁ ସୁଖୀ ରାଷ୍ଟ୍ର ବୋଲି ବିବେଚିତ ହୋଇଛି । ତୈଳ ଦର ଖସିଚାଲିଥିଲେ ସୁଦ୍ଧା ତାଲିକାର ଏକ ନମ୍ବରରେ ଏହି ରାଷ୍ଟ୍ର । ସର୍ଭେରେ ୧୫୫ଟି ଦେଶକୁ ସାମିଲ କରାଯାଇଥିବା ବେଳେ ଆମେରିକାର ସ୍ଥାନ ୧୪ରେ । ଆର୍ଥିକ ପ୍ରାଚୁର୍ଯ୍ୟ ସତ୍ୱେ ସାମାଜିକ ସୁଖରେ ପଛରେ ପଡ଼ିଯାଇଛି ଆମେରିକା । ତେବେ ତାଲିକାରେ ଖସିଛି ଭାରତ । ପୂର୍ବ ବର୍ଷ ଅପେକ୍ଷା ଆହୁରି ୪ ସ୍ଥାନ ତଳକୁ ଖସିଯାଇଛି । ୧୧୮ରୁ ୧୨୨ ସ୍ଥାନକୁ ଖସିଯାଇଛି ଭାରତ । ବଡ କଥା ହେଉଛି ଆତଙ୍କବାଦରେ କବଳିତ ଥିବା ପାକିସ୍ତାନ ୮୦ ତମ ସ୍ଥାନରେ ରହିଛି ।

୬ଟି ମାନଦଣ୍ଡକୁ ନେଇ ସୁଖର ସଂଜ୍ଞା ସ୍ଥିର କରାଯାଇଛି । ସେଗୁଡ଼ିକ ହେଲା-
– ମୁଣ୍ଡ ପିଛା ଜିଡିପି ବା ଜାତୀୟ ଉତ୍ପାଦନ
– ସୁସ୍ଥ ଭାବେ ବଞ୍ଚିବାର ସମ୍ଭାବନା
– ସାମାଜିକ ସହଯୋଗ
– ଜୀବନରେ ନିଷ୍ପତ୍ତି ନେବାର ସ୍ୱାଧୀନତା
– ବଦାନ୍ୟତା
– ଦୁର୍ନୀତିର ସ୍ତର

ଏ ସବୁ ମାନଦଣ୍ଡରେ ଖରାପ ସ୍ଥିତି ପାଇଁ ଶୂନ ମାର୍କ ମିଳିଥିବା ବେଳେ ସର୍ବୋତ୍ତମ ପାଇଁ ୧୦ ମାର୍କ ରହିଥିଲା । ସର୍ଭେରେ ପ୍ରତି ଦେଶରୁ ୧ ହଜାର ଲୋକଙ୍କ ମତ ନିଆଯାଇଥିଲା ।