ବିଶ୍ୱର ଝୁଲନ୍ତା ଟ୍ରେନ ! ଯେଉଁଠି ପ୍ରତିଦିନ ହଜାର ହଜାର ଲୋକ କରନ୍ତି ଯାତାୟତ

61

ବର୍ତ୍ତମାନ ସୁଦ୍ଧା ଆପଣ ବିଭିନ୍ନ ପ୍ରକାରର ଟ୍ରେନ ଦେଖି ସାରିଛନ୍ତି । ହେଲେ କେବେ ଦେଖିଛନ୍ତି କି ଝୁଲନ୍ତା ଟ୍ରେନ ? ଆଜି ଆମେ ଆପଣଙ୍କୁ ଜଣାଇବୁ ଏକ ଝୁଲନ୍ତା ଟ୍ରେନ ସଂପର୍କରେ ଯାହାକୁ ଶୁଣି ଆପଣ ବିସ୍ମୟ ହେବେ । କଥାଟିକୁ ଶୁଣିଲେ ପ୍ରଥମେ ଆପଣଙ୍କୁ ବିଶ୍ୱାସ ଲାଗି ନପାରେ ମାତ୍ରା ଏହା କୌଣସି କାଳ୍ପନିଜ କି ଥ୍ରୀଡି କାହାଣୀ ନୁହେଁ । ଏହା ଏକ ସତ୍ୟ ଅଟେ । ଜର୍ମାନୀରେ ଥିବା ୱର୍ପେଟାଲ ସହରରେ ଦେଖିବାକୁ ମିଳିିଛି ଝୁଲନ୍ତା ଟ୍ରେନ ଯେଉଁଥିରେ ପ୍ରତିଦିନ ପାଖାପାଖି ୮୨ ହଜାର ଲୋକ ଟ୍ରାଭେଲ କରିଥାଆନ୍ତି ।

ଏହି ଝୁଲନ୍ତା ଟ୍ରେନ ପାଖାପାଖି ୧୩.୩ କିଲୋମିଟର ରାସ୍ତା ଅତିକ୍ରମ କରିଥାଏ । ଏହି ସମୟରେ ଟ୍ରେନଟି ୨୦ଟି ଷ୍ଟେସନରେ ଅଟକିଥାଏ ।ଏହାକୁ ବିଶ୍ୱର ସର୍ବ ପୂରାତନ ମୋନୋରେଲ କୁହାଯାଏ । ରିପୋର୍ଟ ମୁତାବକ, ୧୯୦୧ ମସିହାରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା ।

ପ୍ରକୃତ ଘଟଣାଟି ହେଲା, ଏହି ସହର ପ୍ରଥମରୁ ହିଁ ବିକଶିତ ହୋଇଥିଲା । ଯେହେତୁ ସେଠାକାର ଟ୍ରେନ ଚଳାଇବାକୁ ସ୍ଥାନର ଅଭାବ ରହିଥିଲା ଆଉ ସେଥିପାଇଁ ଝୁଲନ୍ତା ଟ୍ରେନ ଚଳାଇବାକୁ ନେଇ ଉପାୟ ବାହାର କରାଯାଇଥିଲା । ଏହାର ସବୁଠାରୁ ବଡ କାରଣ ହେଲା, ପ୍ରଥମତଃ ଏହା ପାହାଡିଆ ଅଂଚଳ ଅଟେ ଏବଂ ଏଠାରେ ଅଣ୍ଡରଗ୍ରାଉଣ୍ଡ ଟ୍ରେନ ଚଳାଇବା ମଧ୍ୟ କାଠିକର ପାଠ ଥିଲା ।

ମାତ୍ର ବଡ ଦୁଃଖର ବିଷୟ ହେଲା ୧୯୯୯ ମସିହାରେ ଏକ ଝୁଲନ୍ତା ଟ୍ରେନ ୱପର ନଦୀ ରେ ଖସି ପଡିଥିଲା । ଯାହାଫଳରେ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୫୦ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଝୁଲନ୍ତା ଟ୍ରେନ ବ୍ୟବସ୍ଥାରେ ଇତିହାସରେ ଏଇ ଗୋଟିଏ ଦୁର୍ଘଟଣାକୁ ଛାଡିଦେଲା ପରେ ଆଉ କେବେ କୌଣସି ବଡ ଦୁର୍ଘଟଣା ଘଟି ନାହିଁ । ତେବେ ବିଦ୍ୟୁତରେ ଚାଳିତ ଏହି ଝୁଲନ୍ତା ଟ୍ରେନ ପାଖାପାଖି ୩୯ ଫୁଟ୍ ଉଚ୍ଚତାରେ ଚାଲିଥାଏ ।