ଲୋକଙ୍କ ପାଇଁ ପ୍ରେରଣା ସାଜିଲେ ଦିବ୍ୟାଙ୍ଗ ଝିଅ : ଗୋଟିଏ ଗୋଡର ସହାୟତାରେ କରନ୍ତି ଭାର ଉତ୍ତୋଳନ

ଆଜି ସାରା ଦୁନିଆରେ ବିଶ୍ୱ ବିକଳାଙ୍ଗ ଦିବସ ପାଳନ କରାଯାଉଛି ।

39

ଆଜି ସାରା ଦୁନିଆରେ ବିଶ୍ୱ ବିକଳାଙ୍ଗ ଦିବସ ପାଳନ କରାଯାଉଛି । ପ୍ରକୃତରେ ସାରା ବିଶ୍ୱରେ ଏହି ଦିନର ପ୍ରାରମ୍ଭ ଦିବ୍ୟାଙ୍ଗଙ୍କ ପ୍ରତି ଲୋକଙ୍କୁ ସଚେତନ କରିବା ପାଇଁ କରାଯାଇଛି । ଡିସେମ୍ବର ୩କୁ ସାରା ବିଶ୍ୱରେ ବିକଳାଙ୍ଗ ଦିବସ ପାଳନ କରିବାର ଆରମ୍ଭ ୧୯୯୨ରେ ସଂଯୁକ୍ତ ରାଷ୍ଟ୍ର କରିଥିଲା । ଯାହାପରେ ୨୦୦୭ରେ ଏହି ଦିନକୁ ‘ବିଶ୍ୱ ବିକଳାଙ୍ଗ ଦିବସ’ ଭାବେ ପାଳନ କରାଯାଏ ।

ଏକ ଭିଡିଓ ସୋଶିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡିଓ ଏମିତି ଏକ ଝିଅର ଯାହାର ଗୋଟିଏ ଗୋଡ ନାହିଁ । ତଥାପି ବି ସେ ଅନ୍ୟ ଲୋକଙ୍କ ଭଳି ବ୍ୟାୟାମ କରନ୍ତି । ତାହା ୱେଟ୍ ଲିଫ୍ଟିଙ୍ଗ ହେଉ କିମ୍ବା ଅନ୍ୟ କିଛି । ଏହି ଝିଅକୁ କିଛି ବି କରିବାରେ କୌଣସି ଅସୁବିଧା ହୁଏନି । କାହିଁକିନା ସେ ନିଜର ଦୁର୍ବଳତାକୁ ଶକ୍ତି ବନାଇଦେଇଛନ୍ତି । ସେଇଠି ଏହି ଭିଡିଓକୁ ଦେଖି କେତେକ ଲୋକଙ୍କୁ ଏଥିରୁ ପ୍ରେରଣା ମଧ୍ୟ ମିଳୁଛି । ଯଦ୍ୱାରା ଅନେକ ଲୋକ ଏହି ଭିଡିଓକୁ ସେୟାର କରୁଛନ୍ତି । ୩୯ ସେକେଣ୍ଡର ଏହି ଭିଡିଓରେ ଆପଣ ଦେଖିପାରିବେ କି, କେମିତି ଏହି ଝିଅ ଗୋଟିଏ ଗୋଡରେ ଏକାଧିକ ଓଜନ ଉଠାଇ ଭାର ଉତ୍ତୋଳନ କରୁଛନ୍ତି । ଲୋକଙ୍କ ମନକୁ ଛୁଇଁ ଯାଉଥିବା ଏହି ଭିଡିଓ ସୋଶିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

Comments are closed.