ଟ୍ରେନ ଦୁର୍ଘଟଣାରେ ଗୋଡ ହରାଇଥିଲେ, ଏବେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ଦେଶ ପାଇଁ ଆଣୁଛନ୍ତି ପଦକ ! ପଢନ୍ତୁ ଦିବ୍ୟାଙ୍ଗ ବ୍ୟାଡମିଣ୍ଟନ ଷ୍ଟାର ଗିରିଶଙ୍କ ସଂର୍ଘଷମୟ କାହାଣୀ

49

ଦୃଢ ଇଚ୍ଛାଶକ୍ତି ଥିଲେ ସଫଳତା ଆପଣାଛାଏଁ ଆସିଥାଏ । ଏହାର ଅନେକ ଉଦାହରଣ ରହିଛି । ତେବେ ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ବ୍ୟାଡମିଣ୍ଟନ ତାରକା ଗିରିଶ ଶର୍ମା । ଯାହାଙ୍କ ପାଇଁ ଆଜି ପୂରା ଦେଶ ଗର୍ବିତ । ବିଭିନ୍ନ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଓ ଏସିଆ କପରେ ସ୍ୱର୍ଣ୍ଣ ପଦକ ଜିତିଥିବା ଗିରିଶଙ୍କ କାହାଣୀ ସମ୍ପୂର୍ଣ୍ଣ ଭାବେ ନିଆରା । ତେବେ ଦେଶର ଅଧିକାଂଶ ଲୋକଙ୍କ ପାଇଁ ଗିରିଶଙ୍କ ନାମ ସମ୍ପୂର୍ଣ୍ଣ ଭାବେ ନୂଆ । କିନ୍ତୁ ଦେଶବାସୀଙ୍କ ପାଇଁ ଅଜଣା ଥିବା ଗିରିଶ ବ୍ୟାଡମିଣ୍ଟନ କୋର୍ଟରେ ନିଜ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ଦେଶ ପାଇଁ ଆଣିଛନ୍ତି ଅନେକ ପଦକ ।

training-camp-759-copyଦେଶକୁ ବିଭିନ୍ନ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ପଦକ ଦେଇଥିବା ଗିରିଶ ଅତି ଛୋଟବେଳୁ ଏକ ଟ୍ରେନ ଦୁର୍ଘଟଣାରେ ଗୋଡ ହରାଇଛନ୍ତି । କିନ୍ତୁ ଗୋଡ ହରାଇବା ପରେ ମଧ୍ୟ ସେ ହାର ମାନିନଥିଲେ । ୧୬ ବର୍ଷ ବୟସରୁ ଆରମ୍ଭ କରିଥିଲେ ବ୍ୟାଡମିଣ୍ଟନ ଖେଳ । ଏପରିକି ବ୍ୟାଡମିଣ୍ଟନ କୋର୍ଟରେ ପାଦ ଦେବା ମାତ୍ରେ ସେ ଭୂଲିଯାଉଥିଲେ ଯେ ତାଙ୍କର ଗୋଡ ନାହିଁ । ବ୍ୟାଡମିଣ୍ଟନ ର୍ୟାକେଟ ହାତରେ ଧରିବା ପରେ ଆରମ୍ଭ ହୋଇଯାଉଥିଲା କଡା ଅଭ୍ୟାସ । କିଛି ମାସର କଡା ଅଭ୍ୟାସ ପରେ ଗିରିଶ ପାଇଥିଲେ ସଫଳତା । ଦିବ୍ୟାଙ୍ଗ ଖେଳାଳିଙ୍କ ପାଇଁ ଆୟୋଜିତ ହେଉଥିବା ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ଭାଗ ନେଇ ପ୍ରଥମ ସୁଯୋଗରେ ହିଁ ୨ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ବାସ ଏହାପର ଠାରୁ ଆହୁ ପଛକୁ ଫେରି ନାହାନ୍ତି ଗିରିଶ । ଏହି ୨ଟି ସ୍ୱର୍ଣ୍ଣ ପଦକ ହିଁ ତାଙ୍କ ମନ ଭରି ଦେଇଥିଲା ଦୃଢ ଆତ୍ମବିଶ୍ୱାସ ।

ଆଉ ଏହି ସଫଳତା ହିଁ ଗିରିଶଙ୍କୁ ଆଗକୁ ଯିବାକୁ ପ୍ରେରଣା ଦେଇଥିଲା । ଏହାପରେ ଦେଶ ତରଫରୁ ପ୍ରତିନିଧିତ୍ୱ କରିବା ପାଇଁ ଗିରିଶଙ୍କୁ ସୁଯୋଗ ମିଳିଥିଲା । ଏପରିକି ଇସ୍ରାଏଲ ଓ ଥାଇଲାଣ୍ଡରେ ହେଉଥିବା ଚାମ୍ପିୟନସିପରେ ଭାଗ ନେବା ପାଇଁ ଗିରିଶଙ୍କୁ ଆସିଲା ଡାକରା । ଆଉ ଏହା ଥିଲା ଗିରିଶଙ୍କ ଜୀବନର ଟର୍ଣ୍ଣି ପଏଣ୍ଟ । ଇସ୍ରାଏଲରେ ଅନୁଷ୍ଠିତ ହେଉଥିବା ଚାମ୍ପିୟନସିପରେ ଗିରିଶ ୨ଟି ରୌପ୍ୟ ପଦକ ହାସଲ କରି ଦେଶକୁ ଅନ୍ତର୍ଜାତୀୟସ୍ତରରେ ଗର୍ବିତ କରିଥିଲେ । ଏପରିକି ଏହାପରେ ପାରାଅଲମ୍ପିକ ଏସିଆ କପରେ ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଆଣିଥିଲେ ଗୌରବ । ତେବେ ଅର୍ନ୍ତଜାତୀୟ ସ୍ତରର ଏହି ଖେଳାଳିଙ୍କ ଆର୍ଥିକ ସ୍ଥ୍ିତି ଏତେ ସ୍ୱଚ୍ଛଳ ନ ଥିଲେ ମଧ୍ୟ ବ୍ୟାଡମିଣ୍ଟନ ଖେଳିବା ଛାଡି ନାହାନ୍ତି ଗିରିଶ ।