ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା ! ଦୁଇ ହାତ ନଥାଇ ମଧ୍ୟ ଟ୍ରାକ୍ଟର ଚଳାଇ ହଳ କରି ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି ନିରଜ

38

ଆଜି ମଧ୍ୟ ସମାଜରେ ଲୋକମାନେ ଅନ୍ଧ ବିଶ୍ୱାସକୁ ନେଇ ବଞ୍ଚନ୍ତି । ସେମାନେ ଭାବନ୍ତି ଭାଗ୍ୟରେ ଯାହା ଲେଖା ହୋଇଥାଏ ଜୀବନରେ ତାହା ହିଁ ଘଟିଥାଏ । ତେଣୁ ଲୋକ ମାନେ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ବହୁ ଋଷି ମୂନୀଙ୍କ ପାଖକୁ ଯାଇଥାନ୍ତି । ସମସ୍ତେ ଭାବନ୍ତି ନିଜର ଭାଗ୍ୟ ହାତ ରେଖାରେ ଲେଖା ରହିଛି । କିନ୍ତୁ ସେମାନଙ୍କର ମଧ୍ୟ ଗୋଟିଏ ଗୋଟିଏ ଭାଗ୍ୟ ରହିଛି ଯେଉଁମାନଙ୍କ ହାତ କି ଗୋଡ ନାହିଁ । ସେମାନେ ମଧ୍ୟ ନିଜର ସାହସ ଏବଂ ଧୈର୍ୟ୍ୟ ବଳରେ ନିଜର ଭାଗ୍ୟକୁ ନିଜ ହାତରେ ଲେଖିଥାନ୍ତି । ଏହିପରି ଏକ ବ୍ୟକ୍ତି ରୁହନ୍ତି ଉତ୍ତରପ୍ରଦେଶର କୁଶିନଗରରେ ।

କୁଶିନଗରରେ ରହୁଥିବା ନିରଜ ରାୟ ଏକ ସୁପର ହିରୋ ଠାରୁ କମ ନୁହଁନ୍ତି । ପିଲାଟି ଦିନରୁ ହିଁ ତାଙ୍କର ଦୁଇ ହାତ ନାହିଁ । ଦୁଇ ହାତ ନଥିବା ସତ୍ୱେବି ସେ ନିଜକୁ କେବେ ଅକ୍ଷମ ମନେ କରିନାହାଁନ୍ତି । ହାତ ନଥିଲେ କଣ ହେଲା ତାଙ୍କର ସାହସ ଏବଂ ଇଛାଶକ୍ତି କୌଣସି ସୁପର ହିରୋଠାରୁ କମ ନୁହେଁ । ଦୁଇ ହାତ ନଥିବା ସତ୍ୱେବି ନିରଜ ତାଙ୍କ ସମସ୍ତ କାର୍ୟ୍ୟ ଏକା କରିଥାନ୍ତି । ଏପରିକି ଗୋଡରେ କଲମ ଧରି ଅଫିସରେ ଲେଖାଲେଖି କରିବା ସହିତ ଗୋଡରେ ଟ୍ରାକ୍ଟର ମଧ୍ୟ ଚଲାଇପାରନ୍ତି । କେବଳ ସେତିକି ନୁହେଁ ନିରଜ ଦିବ୍ୟାଙ୍ଗ ହେବା ସତ୍ୱେବି ଭଲ ପାଠ ପଢି ସେ ଏବେ ଏକ ଜିଲ୍ଲାଧିକାରୀ କାର୍ୟ୍ୟାଳୟରେ ଚାକିରି ମଧ୍ୟ କରନ୍ତି । ଅନ୍ୟ ଅଧିକାରୀ ଯେଉଁଭଳି ଭାବରେ ଅଫିସରେ କାମ କରନ୍ତି ଠିକ ସେହିଭଳି ନିରଜ ମଧ୍ୟ ମନଧ୍ୟାନ ଦେଇ ତାଙ୍କ କାମ କରିଥାନ୍ତି ।

ଯେଉଁଠାରେ ମଣିଷ ନିଜର ଦିବ୍ୟାଙ୍ଗ ଶରୀର ପାଇଁ ନିଜକୁ ଅସହାୟ ମନେକରିଥାଏ, ସେଠାରେ ନିରଜ ଭଳି ଆତ୍ମବିଶ୍ୱାସି ଲୋକ ନିଜକୁ ଅସହାୟ ମନେ ନକରି ନିଜର କର୍ମପଥରେ ଆଗେଇ ଚାଲିଥାନ୍ତି । ପିଲାଟି ଦିନରୁ ନିରଜଙ୍କ ଦୁଇ ହାତ ନଥିଲେ ମଧ୍ୟ ତାଙ୍କର କାମ କରିବାର ଅତୁଟ ଇଚ୍ଛା ତାଙ୍କୁ ବହୁତ ଆଗକୁ ନେଇଯାଇଛି । ଅଫିସରେ କାମ କରିବା ସହିତ ନିଜ ଘରର ସବୁ କାମ କରନ୍ତି । ଏପରିକି ସେ ନିଜେ ଟ୍ରାକ୍ଟର ଚଳାଇ ଚାଷ ଜମିକୁ ହଳ ମଧ୍ୟ କରିପାରନ୍ତି । ଯେଉଁଠାରେ ଲୋକ ଦୁଇ ହାତ ଗୋଡ ପାଇ ମଧ୍ୟ ଯେଉଁ କାମ କରିପାରନ୍ତି ନାହିଁ ସେହି କାମ କରିବାରେ ସଫଳ ହୋଇଛନ୍ତି ନିରଜ । ବାସ୍ତବରେ ନିରଜ ଜଣେ ସୁପର ହିରୋ ଠାରୁ କମ ନୁହଁନ୍ତି ।