ଗର୍ଭବତୀ ମହିଳାଙ୍କ କିଛି ତ୍ରୁଟି କାରଣରୁ ଜନ୍ମ ନିଅନ୍ତି ଦିବ୍ୟାଙ୍ଗ ଶିଶୁ ! ଗର୍ଭବତୀ ଥିବା ଜାଣିବା ପରେ ପ୍ରତ୍ୟେକ ମା’ ଆପଣାନ୍ତୁ ଏହି ନିୟମ,ଜନ୍ମ ନେବ ସୁସ୍ଥ ଶିଶୁ ।

1,986

ପ୍ରତ୍ୟେକ ଗର୍ଭବତୀ ମା’ ଚାହେଁ ଯେ ତା ଗର୍ଭରେ ଥିବା ସନ୍ତାନଟି କିଭଳି ସୁସ୍ଥସବଳ ଜନ୍ମ ହେଉ । କୌଣସି ମା’ ଚାହିଁବନି ଯେ ଆସୁଥିବା ପିଲାଟି ଦିବ୍ୟାଙ୍ଗ ହୋଇ ଜନ୍ମ ହେଉ କିନ୍ତୁ ଡାକ୍ତରଙ୍କ କହିବାନୁସାରେ କିଛି କାରଣବଶତଃ ଏଭଳି ଘଟଣା ଘଟିଯାଏ ଯେଉଁଥିରେ ପିଲାଟି ଦିବ୍ୟାଙ୍ଗ ହୋଇ ଜନ୍ମ ନିଏ । ଅଧିକାଂଶ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ର ଅଭାବରେ ଜନ୍ମିଥିବା ପିଲାଟି ଦିବ୍ୟାଙ୍ଗ ହୋଇଯାଏ । ବିଶିଷ୍ଟ ଗାଇନିକ୍ ଡାକ୍ତର ମତରେ ଗର୍ଭବତୀ ଥିବା ସମୟରେ ଜଣେ ମହିଳାଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖାଯାଏ । ହର୍ମୋନରେ ପରିବର୍ତ୍ତନ ଦେଖାଯାଏ । ଏହି ସମୟରେ ମହିଳା ଜଣକ ଅନେକ କିଛି ଖାଇବାକୁ ମନସ୍ଥ କରିଥାନ୍ତି । ଯାହା ମା’ ପାଟିକୁ ତ ସୁଆଦିଆ ଲାଗିଥାଏ କିନ୍ତୁ ପେଟରେ ଥିବା ଶିଶୁ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା ଯେ ଗର୍ଭବତୀ ସମୟରେ କିଭଳି ନିଜକୁ ସୁରକ୍ଷା ଦେବେ ଯେଉଁଥିରେ ଛୁଆଟି ଦିବ୍ୟାଙ୍ଗ ହୋଇ ଜନ୍ମ ନେବ ।

୧ . ଗର୍ଭବତୀ ଜାଣିବା ପରଠାରୁ ହିଁ ମହିଳାଙ୍କୁ ନିଜ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ । ତଟକା ଫଳ ସହ ସବୁଜ ପନିପରିବା ଖାଇବା ଆବଶ୍ୟକ । ଫାଷ୍ଟପୁଡ୍ ର ବର୍ଜନ କରିବା ଆବଶ୍ୟକ ଏବଂ ଫଲିକ୍ ଏସିଡ୍ ଯୁକ୍ତ ଖାଦ୍ୟ ଖାଇବା ଦରକାର । ଯାହାଦ୍ୱାରା ମା’ ଏବଂ ପିଲା ମଧ୍ୟରେ ରକ୍ତ ଅଭାବର କୌଣସି ଲକ୍ଷଣ ଦେଖାଯିବ ନାହିଁ ।

୨ . ଗର୍ଭବତୀ ଥିବା ସମୟରେ ମହିଳାଙ୍କୁ ସଂକ୍ରମଣଯୁକ୍ତ ଲୋକଙ୍କ ଠାରୁ ଦୂରେଇ ରହିବା ନିତାନ୍ତ ଜରୁରୀ । ଏଥିପାଇଁ ମହିଳାମାନଙ୍କୁ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବାକୁ ବାରଣ କରାଯାଏ । ଯାହାର ପ୍ରଭାବ ଉଭୟ ମା’ ଏବଂ ଛୁଆର ସ୍ୱାସ୍ଥ୍ୟ ଉପରେ ପଡିଥାଏ ।

୩ . ଗର୍ଭବତୀ ମହିଳା ଜନଗହଳି ପୂର୍ଣ୍ଣ ସ୍ଥାନ ତଥା ଗାଡିର ପେଁ ପାଁ ଶୋରଶବ୍ଦରୁ ଦୂରେଇ ରହିବା ଆବଶ୍ୟକ । ସହରଠାରୁ ଦୂରରେ ରହିଲେ ଗର୍ଭରେ ଥିବା ଛୁଆଟି ସୁସ୍ଥ ହୋଇଥାଏ । କିନ୍ତୁ ଅଧିକ ଶବ୍ଦ ଛୁଆଟି ଉପରେ ପଡିଲେ ସେ କାଲା ହୋଇ ଜନ୍ମ ହୋଇଥାଏ ।

୪ . ଫାଷ୍ଟଫୁଡ୍ ଏବଂ ମଦ,ସିଗାରେଟ୍ ଭଳି କିଛି ବି ନିଶାକୁ ସେବନ କରନ୍ତୁ ଏହାର ସିଧାସଳଖ ପ୍ରଭାବ ଛୁଆର ମସ୍ତିଷ୍କ ଉପରେ ପଡିବ । ତେଣୁ ସୁସ୍ଥ ଛୁଆଟିଏ ପାଇବା ପାଇଁ ଅଧିକ ସତର୍କତା ଏବଂ ସୁରକ୍ଷାକୁ ଧ୍ୟାନରେ ରଖନ୍ତୁ ।