ହାତ ପରିସ୍କାର ରଖିବା ଅତ୍ୟନ୍ତ ଆବଶ୍ୟକ । ଜାଣନ୍ତୁ ସ୍ୱଚ୍ଛତା ସମ୍ବନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

126

ଯଦି ଆମ ଆଗରେ କୌଣସି ସୁସ୍ୱାଦୁ ଭୋଜନ ରଖାଯାଇଥାଏ ତେବେ ଆମେ ଅନେକ ସମୟରେ ହାତ ନଧୋଇ ଏହାକୁ ଖାଇବାଲାଗି ହାତ ବଢାଇ ଦେଇଥାଉ । ଏବଂ ସେହି ସମୟରେ ଭାବିଥାଉ ଯେ ଆମେ କିଛି ଛୁଇଁନାହୁଁ ତ, ହାତ ଧୋଇବା ଆବଶ୍ୟକ କ’ଣ ? ମାତ୍ର କ’ଣ ସତରେ ଆମ ହାତ ପରିଷ୍କାର ଥାଏ ? ଆମେ ବ୍ୟବହାର କରୁଥିବା ମୋବାଇଲ ଫୋନରେ ଏକ ଟଏଲେଟ ସିଟରୁ ଅଧିକ ଜୀବାଣୁ ରହିଥିବା ଏକ ଗବେଶଣାରୁ ଜଣାପଡିଛି । ହଁ ଏହା ସଂପୂର୍ଣ୍ଣ ସତ୍ୟ । କାରଣ ଖାଇବା ସମୟରେ ହେଉ କିମ୍ବା କୌଣସି କାମକରିବା ସମୟରେ ହେଉ ଆମେ ଅଧିକାଂଶ ସମୟ ଫୋନ ସଂସ୍ପର୍ଶରେ ଆସିଥାଉ ।

ଏଠାରେ ଆମେ ହାତରେ ଦେଖା ଯାଉଥିବା ଜୀବାଣୁ ଏବଂ ସ୍ୱଚ୍ଛତା ସମ୍ବନ୍ଧରେ କିଛି ତଥ୍ୟ ପ୍ରଦାନ କରୁଛୁ ।

– ହାତ ଧୋଇବା କେବଳ ଡାକ୍ତର କିମ୍ବା ହସ୍ପିଟାଲ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନୁହେଁ, ଶିଶୁ ହୁଅନ୍ତୁ କିମ୍ବା ବୟସ୍କ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।
-ଲମ୍ବା ନଖ ସିନା ଦେଖିବାକୁ ସୁନ୍ଦର ଲାଗେ ମାତ୍ର ଏଥିରେ ଅନେକ ଜୀବାଣୁ ଭରି ରହିଥାଏ ।

– ଲ୍ୟାପଟପ କିମ୍ବା ଫୋନ ପରିଷ୍କାର ଦେଖାଯାଏ ସିନା ଏଥିରେ ଅନେକ ଜୀବାଣୁ ବାସ କରିଥା’ନ୍ତି ।

-ଆପଣଙ୍କ ପୋଷା ଜନ୍ତୁ ସଫା ଦେଖାଯାଆନ୍ତି ମାତ୍ର ସେମାନଙ୍କ ଶରୀରରେ ଏପରି ଜୀବାଣୁ ରହିଥାଏ, ଯାହା ଆପଣଙ୍କୁ ଅନେକ ଅସୁବିଧାରେ ପକାଇପାରେ ।

– ଛିଙ୍କିବା ପରେ ହାତ ପୋଛିଦେବା ଦ୍ୱାରା ଜୀବାଣୁ ମରନ୍ତି ନାହିଁ ।

– ଥଣ୍ଡା, କାଶ ଭଳି ରୋଗ ଆଦି ଏହି ହାତ ଦ୍ୱାରା ହିଁ ବ୍ୟାପିଥାଏ ।

– ଭୋଜନ ଦ୍ୱାରା ମଧ୍ୟ ଜୀବାଣୁ ବ୍ୟାପି ଥାଏ, ତେଣୁ କଂଚା ମାଂସ ଛୁଇିଁବା ପରେ ହାତ ଧୋଇନେବା ନିହାତି ଆବଶ୍ୟକ ।

-କେବଳ ସାଧା ପାଣିରେ ହାତ ଧୋଇବା ଦ୍ୱାରା କୌଣସି ଫାଇଦା ହୋଇନଥାଏ । ସବୁବେଳେ ସାବୁନ ଏବଂ ଶୁଦ୍ଦ ପାଣିରେ ହାତ ଧୋଇବା ଆବଶ୍ୟକ ଏବଂ ଆଲକହଲ ଯୁକ୍ତ ହ୍ୟାଣ୍ଡ ୱାଶରେ ଧୋଇବା ଅତ୍ୟନ୍ତ ଫଳପ୍ରଦ ଅଟେ ।

– ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ଉତ୍ତମ ଏବଂ ସୁବିଧାଜନକ ଅଟେ । କାରଣ ଏଥିରେ ପାଣି ଆବଶ୍ୟକ ପଡିନଥାଏ ଏବଂ ଏହାକୁ ପର୍ସ କିମ୍ବା ପକେଟରେ ପାଖରେ ରଖି ପାରିବେ ।

– ମାତ୍ର ଯଦି ହାତରେ ମାଟି ଲାଗିଥାଏ ତେବେ ସାବୁନ ଏବଂ ପାଣି ଦ୍ୱାରା ହାତ ସଫା କରିବା ଜରୁରୀ ଅଟେ ।

ହାତ ଧୋଇବାର ଅଭ୍ୟାସ କେବଳ ଆପଣଙ୍କୁ ସଂକ୍ରମଣରୁ ରକ୍ଷା କରେ ନାହିଁ ବରଂ ସଂକ୍ରମଣ ବ୍ୟାପିବାକୁ ମଧ୍ୟ ରୋକିଥାଏ ।