ଛାତ୍ରୀଙ୍କ ବଡପଣ । ମାଛ ବିକି କେରଳ ବନ୍ୟା ପୀଡିତାଙ୍କୁ ଦେଢ ଲକ୍ଷ ଟଙ୍କାର ସହାୟତ ରାଶି ପ୍ରଦାନ କଲେ କଲେଜ ଛାତ୍ରୀ

39

କେରଳରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ତେବେ ସେଠାରେ ୩୫୦ରୁ ଅଧିକା ଲୋକଙ୍କ ପ୍ରାଣ ଯାଇଛି । ଭାରତ ସମେତ ଅନେକ ବିଦେଶ ରାଷ୍ଟ୍ରମଧ୍ୟ କେରଳକୁ ସହଯୋଗର ହାତ ବଢାଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କେରଳ ଲାଗି ୫୦୦କୋଟି ଟଙ୍କାର ମଧ୍ୟବର୍ତ୍ତୀ କାଳିନ ସହାୟତ ଘୋ,ଣା କରିଛନ୍ତି । କେବଳ କେନ୍ଦ୍ର ନୁହେଁ ବରଂ ଅନେକ ରାଜ୍ୟ କେରଳକୁ ସହାୟତର ହାତ ବଢାଇଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ କେରଳର ଏକ କଲେଜ ଛାତ୍ରୀ ହନନ୍ ହମିଦ ବନ୍ୟା ପୀଡିତଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ।

 

ଗତକାଲି ସେ ଦେଢଲକ୍ଷ ଟଙ୍କାର ସହାୟତ ସରକାରଙ୍କୁ ଦେଇଥିବା ଜଣାପଡିଛି । ତେବେ ହନାନ କେରଳରେ ମାଛ ବିକ୍ରି କରୁଥିବା ନେଇ ସୋଶିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଜୋର ଧରିଛି ଯେଉଂଥିରେ କି ସେ କଲେଜ ପୋଷାକରେ ମାଛ ବିକ୍ରି କରୁଛନ୍ତି । ଜଣାପଡିଛି ଯେ, ହନାନଙ୍କ ପରିବାରର ଆର୍ଥିକ ସ୍ଥିତି ଭଲନାହିଁ ତେଣୁ ସେ ପାଠପଢିବା ସହ ମାଛ ବିକ୍ରି କରନ୍ତି । ସେହି ବେପାରରୁ ଯେଉଁ ଟଙ୍କା ମିଳେ ତାହକୁ ପରିବାରର ଭରଣପୋଷଣ ସହ ନିଜର ପାଠପଢା ଖର୍ଚ୍ଚ ମଧ୍ୟ କରନ୍ତି । ତେବେ ହନାନଙ୍କୁ ଅନେକ ଲୋକ ପାଠପଢିବା ସହାୟତାର ହାତ ବଢାଇଥିଲେ ଓ କିଛି ଅର୍ଥ ମଧ୍ୟ ଦେଇଥିଲେ ସେହି ଟଙ୍କାକୁ ବର୍ତ୍ତମାନ ସେ କେରଳବାସୀଙ୍କ ସହାୟତ ପାଇଁ ଦେବାକୁ ଇଚ୍ଛା କରିଛନ୍ତି ।

 

ତେବେ ହନନ୍ କିଛି ଚଳଚିତ୍ରରେ କାମ କରିଛନ୍ତି ଓ ତାହାର ବିଜ୍ଞାପନ ପାଇଂ ସେ ପେରି କରିଥିବା ଅଭିଯୋଗ ହୋବା ସହ ମାଛ ବିକ୍ରି କରନ୍ତି ନାହିଁ ବୋଲି ମଧ୍ୟ ଅଭିଯୋଗ ହୋଇଛି । ତେବେ ଏହି ଅଭିଯୋଗକୁ ହନାନ ଅଗ୍ରାହ୍ୟ କରିଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଅଭିଯୋଗ ଆଣିଥିବା ଲୋକମାନଙ୍କ ବିରୋଧରେ ସରକାର ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ତେବେ କେରଳର ବନ୍ୟା ପରିସ୍ଥିତିରେ ଏନଡିଆରଏଫର ୧୬୯ଟିମ, ଏୟାର ଫୋର୍ସର ୨୨ ପବନ ହଂସ, ୪୦ ନୈାକା, କୋଷ୍ଟ ଗାର୍ଡର୩୫ ନୈାକା, ବିଏସଏଫର ୪ଟିମ ମିଶି ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ଲୋକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।