ଲାଦେନର ପୁଅ ହମଜା ବିନ୍ ଲାଦେନ୍ ଆମେରିକା ସେନା ଗୁଳିରେ ସଫା ! ମୃତ୍ୟୁନେଇ ବିଧିବଦ୍ଧ ଘୋଷଣା କଲେ ଟ୍ରମ୍ପ

258

କନକ ବ୍ୟୁରୋ : ୯/୧୧ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଓସାମା ବିନ୍ ଲାଦେନର ପୁଅ ହମଜା ବିନ୍ ଲାଦେନ୍ ଆମେରିକା ସେନା ଗୁଳିରେ ପ୍ରାଣ ହରାଇଛି । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି ।  ଟ୍ରମ୍ପ କହିଛନ୍ତି- ଅଲ କାଏଦାର ପ୍ରତିଷ୍ଠାତା ତଥା ଆତଙ୍କବାଦୀ ଓସାମା ବିନ୍ ଲାଦେନର ପୁଅ ହମଜା ଆତଙ୍କାବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଛି ।  ହମଜାର ମୃତ୍ୟୁ କେବଳ ଅଲକାଏଦାର ନେତୃତ୍ୱ ଭାବେ ବଡ଼ କ୍ଷତି ନୁହେଁ ବରଂ ଏହା ଦ୍ୱାରା ଆତଙ୍କବାଦୀ ସଂଗଠନର ଆତଙ୍କୀ କାର୍ଯ୍ୟକଳାପ ମଧ୍ୟ କମିବ ବୋଲି ଟ୍ରମ୍ପ କହିଛନ୍ତି ।

ପୂର୍ବରୁ ଆମେରିକା ପକ୍ଷରୁ ଓସାମାର ପୁଅର ମୃତ୍ୟୁ ହୋଇଥିବା ନେଇ କୁହାଯାଇଥିଲା । ତେବେ ଗତକାଲି ବିଧିବଦ୍ଧ ଭାବରେ ଆମେରିକା ରାଷ୍ଟ୍ରପତି ଏହା ଘୋଷଣା କରିଛନ୍ତି । ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ଆତଙ୍କବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ସମୟରେ ହମଜାର ମୃତ୍ୟୁ ହୋଇଥିବା କୁହାଯାଇଛି । ହମଜା ଉପରେ ଆମେରିକା ସେନା ୧ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ଘୋଷଣା କରିଥିଲା ।