ପୁରୁଣା ଗୀତ ନୂଆ ସଙ୍ଗୀତ! ‘ହମ୍ମା ହମ୍ମା’ଗୀତରେ ଆଦିତ୍ୟ ଓ ଶ୍ରଦ୍ଧାଙ୍କ ମତୁଆଲା ଡ୍ୟାନ୍ସ

138

ଆଦିତ୍ୟ ରୟ କପୁର ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଆଗାମୀ ସିନେମା ‘ଓକେ ଜାନୁ’ର ପ୍ରଥମ ଗୀତ ‘ହମ୍ମା ହମ୍ମା’ ନିକଟରେ ରିଲିଜ ହୋଇ ଯାଇଛି । ପ୍ରସିଦ୍ଧ ସଙ୍ଗୀତଜ୍ଞ ଏ ଆର ରେହେମାନ ଏଇ ଗୀତକୁ ପ୍ରଥମ ଥର ପାଇଁ ୧୯୯୫ ରେ “ବମ୍ବେ’ ସିନେମା ପାଇଁ ତିଆରି କରିଥିଲେ । କିନ୍ତୁ ସଙ୍ଗୀତ ନିର୍ଦ୍ଦେଶକ ତନିଷ୍କ ବାଗଚୀ ଏବେ ସେଇ ଗୀତକୁ ବିଲକୁଲ ଏକ ନୁଆ ଅନ୍ଦାଜରେ ଓ ନୂଆ ଫ୍ଲେବର ଦେଇ ତିଆରି କରିଛନ୍ତି ।

ଏଇ ଗୀତରେ ଆଦିତ୍ୟ ଓ ଶ୍ରଦ୍ଧାଙ୍କ କେମେଷ୍ଟ୍ରି ବହୁତ ଦମଦାର ଲାଗୁଛି । ‘ହମ୍ମା ହମ୍ମା’ ଗୀତ ଯୁବବର୍ଗ ବହୁତ ପସନ୍ଦ କରିବେ ବୋଲି ଆଶା କରାଯାଉଛି । ଶାଦ ଅଲ୍ଲୀ ‘ଓକେ ଜାନୁ’ର ନିର୍ଦ୍ଦେଶକ ଥିବାବେଳେ, କରଣ ଜୋହର ଓ ମଣି ରତ୍ନମ ମିଶିକି ଏଇ ସିନେମାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି । ଏଇ ସିନେମା ଆସନ୍ତା ୧୩ ଜାନୁଆରୀ ୨୧୦୭ରେ ରିଲିଜ ହେବ ବୋଲି ଜଣାପଡିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ :